STORYMIRROR

Kalandi pal

Abstract

4  

Kalandi pal

Abstract

କାଳିଆ ସାଆନ୍ତ

କାଳିଆ ସାଆନ୍ତ

1 min
322


ବୁଢିଆଣୀ ସୂତା ତଳେ କେତେ ସରୁ ସୂତା

କାଳିଆ ସାଆନ୍ତ ସମ ନାହିଁ କେ ଦେବତା ।0।


କେତେ କେତେ ଧ୍ଵଜା ଉଡେ କେତେ ଯେ ମନ୍ଦିରେ

ପତିତପାବନ ସମ ନାହିଁ କେ ସଂସାରେ

ଯେଝା ଇଲାକାର ନାଥ ପ୍ରତ୍ୟେକ ଦେବତା

କାଳିଆ ସାଆନ୍ତ ଏକା ଜଗତ କରତା ।।


ଜଗତରେ ଅଛି କେତେ ଦାଣ୍ଡ ଓ ଦେଉଳ

ବଡ ଆଖ୍ୟା ନାହିଁ କା'ର ଏକା ନୀଳାଚଳ

ସବୁ ମନ୍ଦିରେ ପ୍ରସାଦ ନାମରେ ଗଣିତା

ଦେଉଳେ ମହାପ୍ରସାଦ ନାମେ ପରିଚିତା ।।


କେଉଁ ଠାକୁରଙ୍କ ବେଶ ସମକକ୍ଷ ନୁହେଁ

ବତିଶ ପ୍ରକାର ବେଶ  ବର୍ଷକରେ ହୁଏ

ପ୍ରତି ଦେଉଳରେ ଭୋଗ ହୁଏ ସମାହିତା

ତାର ଷାଠିଏ ପଉଟି  ନିତି ହୁଏ ରନ୍ଧା ।।


ସଂସ୍କାର ସ୍ଥଳ ମଶାଣି  ଧରା ଧାମେ ଗଣା

ଶଙ୍ଖ କ୍ଷେତ୍ର ସ୍ଵର୍ଗଦ୍ଵାର ନାମେ ସର୍ବେ ଜଣା

କେତେ କେତେ ବୃକ୍ଷ ଏଠି ଜଗତେ ଶୋଭିତା

ତୁଳସୀର ସମ ନାହିଁ ସ୍ଵୟଂ ପରିହିତା ।।




Rate this content
Log in

Similar oriya poem from Abstract