STORYMIRROR

Bijaya Kumar Swain

Classics Inspirational

2  

Bijaya Kumar Swain

Classics Inspirational

କାଳିଆ କାହ୍ନୁକୁ ହୋଇଛି ଜର

କାଳିଆ କାହ୍ନୁକୁ ହୋଇଛି ଜର

1 min
242


କାଳିଆ କାହ୍ନୁ କୁ ହୋଇଛି ଜର

  ରହିଛି ସେ ପରା ଅଣସରର।

ଭାଇ ଭଉଣୀ ଙ୍କୁ ସାଥିରେ ନେଇ

  ଜର ରେ କମ୍ପୁଛି କଳା ଗୋସାଇଁ।


ନାନା ରକମ ର ପଥି ଯୋଗାଇ

  ସେବାରେ ପଣ୍ଡାଏ ଅଛନ୍ତି ରହି।

କାହିଁକି କରିଲୁ ଏମିତି ସ୍ନାନ

   ଶରୀର ପ୍ରତି ତୋ ଦେଲୁନି ଧ୍ୟାନ।


ତୋ କଷ୍ଟ କୁ ଆମେ ପାରୁନୁ ସହି

  ତୋତେ ଦେଖିବାକୁ ମନ ଝୁରଇ।

ପନ୍ଦର ଦିନ କି ପନ୍ଦର ବର୍ଷ

  ତୋତେ ନ ଦେଖିରେ ମନ ବିରସ।


ନବ ଯୌବନ ରେ ଦେବୁ ଦର୍ଶନ

  ଦେଖିବୁ ସତେ ତୋ କଳା ବଦନ।

ବଡ଼ ଦାଣ୍ଡ କୁ ତୁ ଆସିବୁ ଧାଇଁ

  ସେ ଶୁଭ ଦିନ କୁ ରହିଛୁ ଚାହିଁ।


ତୋ ଜର ସାଙ୍ଗରେ ସଂସାର ରୋଗ

 ସବୁ ଧୋଇଦେବୁ ହେ ମହାଭାଗ।

ତୋ ରଙ୍ଗ ଅଧରେ ହସ ଯେମିତି

  ପ୍ରତିଟି ପରାଣେ ଭରି ଦେବୁ ହସ

କରେ ଶ୍ରୀ ପୟରେ ଏହି ମିନତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics