STORYMIRROR

Banamali Pattanaik

Abstract

2  

Banamali Pattanaik

Abstract

କାଳିଆ ଆଶୀଷ

କାଳିଆ ଆଶୀଷ

1 min
141

କୋଇଲିର ସୁର କେଡ଼େଯେ ମଧୁର,

ମଧୁର ତୋ ବଂଶୀ ସ୍ୱର

କଳା ବଦନରେ ତତେ ଚାହିଁଦେଲେ,

ନାଚି ଯାଏ ମନ ମୋର

ତୋ ବଡ ଦାଣ୍ଡରେ ଚାଲିଗଲେ ଥରେ,

ମିଳେ ସରଗର ଶାନ୍ତି

ପତିତପାବନ ଦର୍ଶନ କରିଲେ,

ପାପରୁ ମିଳିବ ମୁକ୍ତି

"ଜ" ଜଗତର,"ଗ"ରେ ଗରିବ,

"ନା"ରେ ନାଥ ବୋଲାଇ

"ଥ"ରେ ଥରୁଟେ ଅନାଥର ଦୁଃଖ,

ଦୂର କରିଦେ'ରେ ସାଇଁ

କପଟୀ କାଳିଆ କପଟ କରେନା,

ଦୁଃଖୀ, ଦୀନ, ଜନ ପାସେ

ଜଗତଟା ପରା ଉଦ୍ଧାର ପାଇବ,

ତୋହରି କର ଆଶୀଷେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract