Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

4.3  

Anirudha Kund

Classics

କାଳିଆ ଆଖିରେ ଲୁହ

କାଳିଆ ଆଖିରେ ଲୁହ

1 min
27


 

ମନେ ନାହିଁ କିରେ ନବ କଳେବର

  ଦାରୁ ଚୟନେ କପଟ

ଗୁପତ ବ୍ରହ୍ମକୁ  ଗୁପତ ନରଖି

    କରିଲା କିଏ ବିଭ୍ରାଟ ॥୧॥


ରତନ ଭଣ୍ତାର ଚାବି ତ ହଜିଲା 

   ପଣ୍ତା ପଡିହାରୀ ମୁକ୍ତ

ପ୍ରଶାସନ କୋଳେ ସେବକଟି ଖେଳେ

   ସବୁ ତ ଦୁର୍ନୀତିଗ୍ରସ୍ତ ॥୨॥


ଟିକେଟ କାଟିଣ ଧାଡି ଦରଶନ 

    ଅବଢା ବେପାର ହାଟ

ଆନନ୍ଦ ବଜାରେ ଆନନ୍ଦ ତ ନାହିଁ

    ସବୁଠି ଖାଲି ବିଭ୍ରାଟ ॥୩॥


ବାନା ତୋ ଚିରିଲା ନିଆଁ ବି ଲାଗିଲା

   ଦେଲୁ ବିପଦ ସଂକେତ 

ବୁଝୁଛି କି କେହି ଆହେ ଭାବଗ୍ରାହୀ 

   ମଣିଷ ଗର୍ବେ ଉତ୍ପାତ ॥୪॥

  

ଭକତ ବିହୁନେ କାଳିଆ ବାହୁନେ

   ଚାପି ପାରୁ ନାହିଁ କୋହ

ଭକତ ବତ୍ସଳ ଭାବରେ ବିହ୍ବଳ

  ଭକତ ପ୍ରେମର ମୋହ ॥୫॥


ଶୁଖି ଯାଇଅଛି ମୁହଁଟି ତୋହର 

   ଆଖିରୁ ନିଗିଡେ ଲୁହ

ନିଜ କଲାକର୍ମ ମଣିଷ ଭୋଗୁଛି

  କାନ୍ଦୁଛୁ କାହିଁକି କହ ॥୬॥


Rate this content
Log in

Similar oriya poem from Classics