STORYMIRROR

Puspanjali Panda

Abstract

3  

Puspanjali Panda

Abstract

କାଳବୈଶାଖି

କାଳବୈଶାଖି

1 min
154

ଏଵେ ଏବେ ପୃଥିବୀ ଥଣ୍ଡା ପଡିଛି

ବାତ୍ୟାପରିକା ମାତ୍ର ବାତ୍ୟା ନୁହେଁ

ବର୍ଷା ପରିକା କିନ୍ତୁ ବର୍ଷା ଦିନ ନୂହେଁ

ତଥାପି ଫଟା ଶୁଖିଲା ମାଟି ଭିଜି ଯାଈଛି

କାଳବୈଶାଖି ବହି ଯାଇଛି ।।


ଗର୍ବରେ ଛାତିଫୁଲେଇ

ଠିଆହୋଇଥିବା ଆମ୍ବ ଭର୍ତ୍ତି ଗଛଟା

ଛିନ୍ଛତ୍ର ହେଇ ଭୁଲୁଣ୍ଠିତା

ଘର ବାହାର ରାସ୍ତା ସାରା

ପବନ ମାଡ଼ରେ ଆକ୍ତାମାକ୍ତା

ସତେକି ସର୍ବ ପରିତ୍ୟକ୍ତା।

ବାଡ଼ି ପଟ ପଛ ପଟ 

ଅଚିହ୍ନା ଲାଗୁଛି

ଏବେବି ଡାଳସବୁ ଓହଳି ରସିଛି

କାଳବୈଶାଖି ବାଧିଛି ।।


ଗୁଳୁଗୁଳି ହୁଳହୁଳି ପକାଇ

ଜନଜଗତ କୁ ଖତେଇ ହେଉଛି

ରାତିର ରଙ୍ଗ ଢ଼ଙ୍ଗ ବଦଳି ଯାଊଛି

କେତେବେଳେ ମୁହଁ ଦେଖିବ ଆଲୋକର କେଜାଣି

ଏଯାଏ ଅନ୍ଧାର ଘେରି ବସିଛି 

ଚାରିଆଡୁ ଖସିପଡୁଛି ଟପ୍ ଟପ୍ ଶବ୍ବ

ଦେହରୁ ବି, ଚାଳରୁ ବି

ଅସହ୍ୟ ସମୟ

ସମୟାନ୍ତରେ ହେଇପାରେ

ସୁଗମ ପବନର ଛୁଆଁ

ହେଇପାରେ ଆଖିତଳେ ନିଆଁ

ହେଇପାରେ ଦେହ ଦେହଳୀକୁ ନେଇ

ସ୍ୱପ୍ନ ବୁଣିବା

ଏଯାଏ କାଳବୈଶାଖି ରେ

ପ୍ରଭାବିତ ମନଟି ଦେହଟି

ଜୀବନ ଜିଇବା ର

କଷ୍ଟ ସହୁଥିଵ

କାଳବୈଶାଖି ଆସୁଥିବ ଏମିତି ଏଇ ଏପ୍ରିଲରେ ।।



Rate this content
Log in

Similar oriya poem from Abstract