STORYMIRROR

subrat kumar jena

Abstract

2  

subrat kumar jena

Abstract

କାଲି ଭଳି କଥା ନାହିଁ

କାଲି ଭଳି କଥା ନାହିଁ

1 min
3.0K

ଜାଣିନି କାହିଁକି ସମୟଟା ଏତେ ଜଲ୍ଦି ମୁଁହ ମୋଡ଼ିନେଲା

ହୋଇଥାଇପାରେ ଦେଖିଥିବ"କିଛି ଭୁଲ"

ଅବା ସେ ନିଶ୍ଚୟ ବନ୍ଧା ଆଉ କା ପାଖେ,

ନହେଲେ ପାଇଥିବ କିଛି ଭିତିରି ହାତଗୁଂଜା


ହେଲେ ତୁବି କୋଉ କମ କି

ଏତେ ବଡ଼ଟିଏ ହେଲା ପରେବି

ପାରିଲୁନି ନିଜକୁ ବଦଳେଇ,

ସେଇ ଏକଜିଦ ପଣିଆ ଆଉ ପେଟରେ ପେଟେ ରାଗ


ଯେ କେହିବି ତୋତେ ଦେଖିଲେ କହି ପାରିବ

ତୁ ଉଦଣ୍ଡି ,ତୁ ଫୁଲେଇ, ତୁ ବିଛୁଆତି ପତ୍ର ବୋଲି

ସେଥି ଲାଗି ପରା ତୋ ମୁଁହରେ କେହି ମୁହଁ ଜୋଡନ୍ତିନି,

କାଳେ ତୁ ରାଗିକରି ଏପଟ ସେପଟ କିଛି କହିଦେବୁ


ହେଲେ ମୋଲାଗି ତୁ ଆଜି ବହୁତ ପରିବର୍ତିତ,

ନିଜକୁ ଗଢ଼ିନେଇଛୁ ଜଣେ ପକ୍କା ଓଡ଼ିଆଣି ଭାବରେ

ପ୍ରତିଟି କ୍ଷେତ୍ରରେ ଚେଷ୍ଟାକରୁଛୁ ପାଳିବାକୁ ନିଜ ସଂସ୍କୃତିକୁ,

କାଳେ କିଏ ବାପା ,ଭାଇଙ୍କ ନାଁରେ କିଛି ନ କହୁ ବୋଲି


ସତରେ କେତେ ଗର୍ବ ଲାଗେନା ନିଜର କାହାକୁ ଖୁସିରେ ଦେଖିଲେ,

ତେଣିକି ସେ ତୁମର ମଙ୍ଗଳ ମନାଶୁ କି ନାହିଁ

ଅନ୍ୟ କାହାର ଦୋଷ ଦୁର୍ବଳତା କୁ ଦେଖାଇ,

ନିଜ କର୍ତଵ୍ୟରୁ ମୁଁହ ମୋଡି ନେବା କଣ ଠିକ ହେବ


ଆଉ ବା କଣ କହିବି ତୋ ପାଇଁ,ତୋ ଲାଗି,

ତୋ ବିଷୟରେ କହିଲେ ହୋଇଯିବ ଗୋଟେ ସାହିତ୍ୟିପୃଷ୍ଠା

ଆଉ ଯଦି ନ କହିବି ,ତୁ ବି ଦିନେ ମୋତେ ଦେଖେଇ କହିବୁ,

କି ସାହିତ୍ୟିକ ଟିଏ ଯେ ମୁଁ


ହେଲେ ଶୁଣ କହିବାକୁ ଅଛି ଅନେକ କିଛି,

ହେଲେ ସମୟ କରିଛି ଗଳାକୁ ବାଷ୍ପ ରୁଦ୍ଧ

କାଳେ ମୋ କଥା ଦ୍ୱାରା ହୋଇଯିବକି କିଛି ଅଘଟଣ,

ହୁଏତ କାହା ପୁରୁଣା ଘା ହୋଇପାରେ ପୁଣି କ୍ଷତାକ୍ତ


ଛାଡ଼ କାଲି ଭଳି ଆଉ ସେ ସମୟ ନାହିଁ,

କି ମନରେ ଖେଳୁଆଡ଼ର ଭାବନା

ସବୁ କିଛି ଲୁପ୍ତ ଆଜି ସମୟର ଚୋରା ଚଇତାଳିରେ,

ଖାଲି ବାକି ଯାହା ଅସରନ୍ତି ସ୍ମୃତିର ପାହାଡ଼


ଆଜି ସେ ଗଛର ଯୌବନ ଅବସ୍ଥା ନାହିଁ,

ସେ ଆଜି ଜରାଜୀର୍ଣ୍ଣ ବାତ୍ୟାର ପ୍ରଲୟରେ

ଶୁଣ ତଥାପି ମାନିନି ହାର କାହାଠାରୁ,

ଆଜିବି ମେଲାଇଦେଇଛି ବକ୍ଷକୁ ତାର ଆଶ୍ରୟ ନିମନ୍ତେ


ହେଲେ କଥା ଦେଉଛି ମୋ କଥା,

ଏତିକିରେ ହେବନି କେବେ ଇତି

ମୁଁ ପୁଣି ଫେରିବି ଆହୁରି ଅନେକ କଥାକୁ ନେଇ,

ଗୋଟେ ନୂଆ ରୂପରେ ଆଗାମୀ ପିଢ଼ିର ହାତ ଧରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract