STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

କାକ ସମ୍ବାଦ

କାକ ସମ୍ବାଦ

1 min
264

ତୁମୁଳ ବର୍ଷାରେ କାହିଁକି,   

କାକ ବସି କି ଭାଳୁ

ନହକା ସେ ବୃକ୍ଷ ଡାଳରେ,  

କହ କାହାକୁ ଝୁରୁ।।


ସମାଜ ଆଖିରେ ଘୃଣିତ,   

ତୋର ତନୁ ମଳିନ

ଗଳିତ ଅସ୍ବଛ ଖାଦ୍ୟରେ,   

ସଦା ତୋର କୁମନ।।


ସେଥିପାଇଁ କିବା ବସିଛୁ,   

ତନୁ ଧୋଇବା ଆଶେ

ପ୍ରକୃତି କି ତୋର ଛାଡ଼ିବ,   

ଘନ ଜଳ ପରଶେ।।


ଘୋର ତାମସିକ ଖାଦ୍ୟରେ, 

ପୁରାଉ ତୋ ଉଦର

ବରଷା ଛିଟା କି କରିବ,    

ଧଳା କଳାକୁ ତୋର।।


ପକ୍ଷୀଟିଏ ବୋଲି ଆକାଶେ, 

ସିନା ତୋ ଆତଯାତ

ମଶାଣି ବିଲେ ଘୁରିବୁଲେ,  

ତୋର ତାମସ ଚିତ୍ତ।।


ବିଫଳ ପ୍ରୟାସ କରୁଛୁ,    

କାହିଁ କହରେ କାକ

ଚିତ୍ତ ଉର୍ଦ୍ଧ୍ୱମୁଖୀ କରିଲେ,   

ତୋତେ ମିଳିବ ସୁଖ।।


କଥାମାନ ମୋର ସଚେତେ, 

ତେଜି କୁକର୍ମ ଯେତେ

ବିଶୁଦ୍ଧ ଅନ୍ତରେ ଚିନ୍ତରେ,   

ବିଭୁ ନାମ ସୁମତେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract