କାକ ସମ୍ବାଦ
କାକ ସମ୍ବାଦ
ତୁମୁଳ ବର୍ଷାରେ କାହିଁକି,
କାକ ବସି କି ଭାଳୁ
ନହକା ସେ ବୃକ୍ଷ ଡାଳରେ,
କହ କାହାକୁ ଝୁରୁ।।
ସମାଜ ଆଖିରେ ଘୃଣିତ,
ତୋର ତନୁ ମଳିନ
ଗଳିତ ଅସ୍ବଛ ଖାଦ୍ୟରେ,
ସଦା ତୋର କୁମନ।।
ସେଥିପାଇଁ କିବା ବସିଛୁ,
ତନୁ ଧୋଇବା ଆଶେ
ପ୍ରକୃତି କି ତୋର ଛାଡ଼ିବ,
ଘନ ଜଳ ପରଶେ।।
ଘୋର ତାମସିକ ଖାଦ୍ୟରେ,
ପୁରାଉ ତୋ ଉଦର
ବରଷା ଛିଟା କି କରିବ,
ଧଳା କଳାକୁ ତୋର।।
ପକ୍ଷୀଟିଏ ବୋଲି ଆକାଶେ,
ସିନା ତୋ ଆତଯାତ
ମଶାଣି ବିଲେ ଘୁରିବୁଲେ,
ତୋର ତାମସ ଚିତ୍ତ।।
ବିଫଳ ପ୍ରୟାସ କରୁଛୁ,
କାହିଁ କହରେ କାକ
ଚିତ୍ତ ଉର୍ଦ୍ଧ୍ୱମୁଖୀ କରିଲେ,
ତୋତେ ମିଳିବ ସୁଖ।।
କଥାମାନ ମୋର ସଚେତେ,
ତେଜି କୁକର୍ମ ଯେତେ
ବିଶୁଦ୍ଧ ଅନ୍ତରେ ଚିନ୍ତରେ,
ବିଭୁ ନାମ ସୁମତେ।।
