STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

କାହ୍ନା ପ୍ରେମରେ

କାହ୍ନା ପ୍ରେମରେ

1 min
325


ସବୁ ପ୍ରେମରେ ମୁଁ ଖୋଜିବି ତୋତେ

ତୋ ନାଲି ହସରେ ହସିବି କେତେ

ଫୁଲମୟ କରିଦେବି ଲୁହକୁ ଆଡ଼େଇ

ହରେକୃଷ୍ଣ ନାମରସେ ଜୀବନ ବିତେଇ

       ତୋ' ଛଡ଼ା ଆଉ କିଏ ଅଛି ମୋର ରେ

       ମୁଁ କାହ୍ନା ପ୍ରେମରେ ମୁଁ କାହ୍ନା ପ୍ରେମରେ.....,


ଶୁଣିବି ତୋ' ଠାରୁ ମୁହିଁ ମଧୁର ବଂଶୀସ୍ୱନ

ଆତ୍ମଚକ୍ଷୁରେ ତୋତେ କରୁଥିବି ଦରଶନ

ଏ ମିଛ ଦୁନିଆରେ କାହିଁ କିଛି ପାଏ ନାହିଁ

ତୁ ହସେଇବୁ ମୋତେ ଓଠ ଖୋଲିଦେଇ

       ତୋ' ବନ୍ଧନେ ମୁକୁଳିବ ଚିନ୍ତା ଶିକୁଳିରେ

       ମୁଁ କାହ୍ନା ପ୍ରେମରେ ମୁଁ କାହ୍ନା ପ୍ରେମରେ....., 


ତୋ' ଲାଳିତ୍ୟ ମଧୁରତାରେ ଏ ଆଖି ଭିଜେ

ଇଛା ଟିକେ ମୋର ମୁଁ ତୋ ପ୍ରୀତିରେ ହଜେ

ଦେ ଟିକେ ରସ ତୋର ବଞ୍ଚିଯିବି ରେ କହ୍ନେଇ

କ୍ଳେଶର ଚିନ୍ତିତ ଏ ମନକୁ ଦେବିରେ ଭୁଲେଇ

       ତୋ' ସୁମୁଖଚନ୍ଦ୍ର ଦିଶୁଥାଉ ସବୁ କାଳରେ

       ମୁଁ କାହ୍ନା ପ୍ରେମରେ ମୁଁ କାହ୍ନା ପ୍ରେମରେ...., 


ନୟନ ଯୁଗଳେ ତୋର ହସ ଫୁଟି ଉଠେ

ତୋ' ହସ ଦେଖି ମୋ' ସୁଖ ରାସ୍ତା ଫିଟେ

ତୋ' ନାଲି ହସରେ ସାରା ସଂସାର ଆନନ୍ଦ

ଆତ୍ମହରା ହେବି ଶୁଣି ତୋ' ଗୀତଗୋବିନ୍ଦ

      ତୋର ଯେତେ ଶବ୍ଦ ଶୁଭୁ ମୋ' କାନରେ

      ମୁଁ କାହ୍ନା ପ୍ରେମରେ ମୁଁ କାହ୍ନା ପ୍ରେମରେ.....। 



Rate this content
Log in

Similar oriya poem from Abstract