କାହିଁକି ଏତେ ନିଷ୍ଠୁର ହେଲ
କାହିଁକି ଏତେ ନିଷ୍ଠୁର ହେଲ
ଲୁଚାଇଲି ଠିକଣା
ଖୋଜିନେଲ ମୋତେ
ଉପସ୍ଥିତ ହେଲ ମୋର ପାଶରେ,
ସ୍ବପ୍ନ ଭରିଦେଲ ମୋ ଆଖିରେ,
ମନ ଚାହୁଁଛି ଲୁଚି ଲୁଚି ଛପି ଛପି ଦେଖିବି ତୁମକୁ |
ମୋ ହାତର ମୁଠେ ଅନ୍ନ,
କହୁଥିଲ ତୁମ ପାଇଁ ତାହା ମନ୍ଦିର ଅବଢା ଅନ୍ନ,
ମୋ ଆଖିର ଟୋପାଏ ଲୁହ, କଷ୍ଟ ହୁଏ ନେବାକୁ ତମକୁ ଶ୍ୱାସ,
ମୋ ଅଧରର ଏକ ଚୁମ୍ବନ ଲାଗେ କୈବଲ୍ୟ ସଦୃଶ |
କେଉଁ ଅଭିମାନ ଭାରି ପଡ଼ିଗଲା, ଭୂଲିଗଲ
ମୋର ସବୁ ଆନନ୍ଦକୁ ତୁମେ ସାଉଁଟି ନେଲ
କଥା ଦେଇ ତୁମେ କଥା ନ ରଖିଲ
ତୁମେ ଆଜି କାହିଁକି ମୋତେ ଜୀବନୁ ଦୂର କଲ ?
ଆଖିରେ ପ୍ରେମ ପ୍ରୀତିର ଆଲୋକର ମୋହରେ
ଭାଙ୍ଗି ଯାଇଛି, ଆଉ କଅଣ ଜୀବନ୍ୟାସ ପାଇବରେ
ନାହଁ ତୁମେ ମନେ ଆସିଯାଏ ପଳ ପଳ ଅନ୍ଧାର,
ମୋ ଏକେଲାପଣର ଜହ୍ନରାତି ମଧ୍ୟର |
ଆଖିରେ ତ ନିଦ ନାହିଁ ମୋର,
କହିଲ, କି ଦୋଷ ଥିଲା ମୋର,
କିଆଁ ହଜେଇଲ କଷ୍ଟରେ ପାଇଥିବା ମୋ ଠିକଣା
କାହିଁକି ଏତେ ନିଷ୍ଠୁର ହେଲ ଦେଇ ମୁଠାଏ ଶିହରଣ ଓ ଉନ୍ମାଦନା |