STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କାହିଁ ଖୁସି ଜୀବନରେ

କାହିଁ ଖୁସି ଜୀବନରେ

1 min
165


ଆଦର୍ଶ ଗାଆଁଟି ସବୁରେ ସୁବିଧା

  ଆନନ୍ଦ ଖୁସିରେ ଜନ,

ପରିବାର ତହିଁ ଶିକ୍ଷିତ ଅପାର

  ସବୁ ଗୁଣରେ ସମ୍ପନ।


ଥିଲା ଜମିଦାର ସମ୍ପତ୍ତିରେ ପୂର୍ଣ୍ଣ

  ରାଜା ରାଇଜରେ ଏହୁ,

କୁଳ ଖଣ୍ଡାୟତ ଥିଲା ସୂର୍ଯ୍ୟବଂଶୀ 

  ମାନ ଓ ସମ୍ମାନ ବହୁ।


ଆଣେ ପୁତ୍ର ବଧୁ ବିଭା କରି ପୁତ୍ରେ

  ଖୁସିର ନାହିଁ ଠିକଣା,

ବୁଢା କହୁଅଛି ବୁଢ଼ୀ କୁ ଖୁସିରେ

  ଅଟେରେ ବୋହୁ ଅଜଣା।


ଶିକ୍ଷା ଦେବୁ ତାରେ ଗୃହ ପରମ୍ପରା

  କରିବ ପାଳିତ ବୋହୁ,

ପୁତ୍ରୀ ପରି ତାରେ ଶ୍ରଦ୍ଧା କରୁ ଥିବୁ

  ଆଦର କରିବୁ ବୋହୁ।


ପୁତ୍ରେ କହୁ ଥିବୁ ପତ୍ନୀକୁ ତାହାର

   ନକହିବ କଟୁ କଥା,

ପ୍ରେମ ସ୍ନେହ ଦେଇ ରଖିବ ଖୁସିରେ

   ଦାମ୍ପତ୍ୟ ଜୀବନ ଯଥା।


କିନ୍ତୁ,


କିଛି ବର୍ଷ ପରେ ଆସିଲା ଅଶାନ୍ତି

  ପତିପତ୍ନୀର ଜୀବନେ,

ସନ୍ତାନ ପାଇଁ ହିଁ ଝଗଡା ତାଙ୍କର

  ନାହିଁ ତହିଁ ଶାନ୍ତି ଦିନେ।


ବୃଥର ଝଗଡା ନାହିଁ ଟି କାରଣ

  ହସ୍ତେ ମନୁଷ୍ୟର କାହିଁ,

ସୃଷ୍ଟି ପ୍ରଭୁଙ୍କର ନୀଳା ଭି ପ୍ରଭୁଙ୍କ

   ସନ୍ତାନର ସୁଖ ନାହିଁ।


ଦିନେ ଯାଇ ଥିଲି ଘରକୁ ତାଙ୍କର

  କଲେ ଟି ଆଦର ବହୁ,

ଅଶାନ୍ତିର କଥା ପତିପତ୍ନୀଙ୍କର

  ପତ୍ନୀ କହିଦେଲା ଏହୁ।


ତୁମ ଭାଇ ନିତ୍ୟେ ଝଗଡା କରନ୍ତି

  କି କରିବି ମୁହିଁ କୁହ,

ସନ୍ତାନର ସୁଖ ଭାଗ୍ୟେ କିବା ନାହିଁ

  ଆସିବ ସେ କିବା କୁହ।


ଶାଶୁ ଓ ଶଶୁର ଦୁଃଖରେ ଅଛନ୍ତି

  ହସ୍ତରେ ମୋରତ ନାହିଁ,

କାଳିଆ ଠାକୁର ସୁଦୟା କରିବେ

  ଆସୁଛି ସମୟ କାହିଁ।


ଦିନରାତି ମୁହିଁ ରଖିଛି ଭକ୍ତି ଟି

  ଜଗାଙ୍କ ଚରଣ ତଳ,

ପ୍ରତି ସମବାର ଶିବଙ୍କ ଚରଣେ

  ଢାଳୁଅଛି ଭକ୍ତି ଜଳ।


ପତ୍ନୀ କଥା ଶୁଣି ହେଲି ଟି ଆଶ୍ଚର୍ଯ୍ୟ

  ପତିକୁ ବୁଝେଇ ଦେଲି,

ସମୟ ଆସିବ ସନ୍ତାନ ନିଶ୍ଚୟ

  ଆଦରେ ତାକୁ କହିଲି।


କାହିଁ ପାଇଁ କିମ୍ପା ଝଗଡା ତୁମର?

  ଦୁହେଁତ ଶିକ୍ଷିତ ପରା,

ବିଦ୍ୟା ଜ୍ଞାନ ଅଛି କାହିଁକି ମୂର୍ଖତା

  ଦାମ୍ପତ୍ୟ ଜୀବନ ପରା।


ଦାମ୍ପତ୍ୟ ଜୀବନ କର୍ତ୍ତବ୍ୟେ ଜଡ଼ିତ

  ସ୍ଥାନ ଝଗଡାର ନହୁ,

ରହି କର୍ମପଥେ କର୍ମ କରୁଥିବା

  ଜୀବନେ କର୍ତ୍ତବ୍ୟ ରହୁ।


ପୂରଣ କରିବେ ମନବାଞ୍ଛା ତୁମ

  ଅନାଦି ଅନନ୍ତ ସେହୁ,

ରଖ ଭକ୍ତିପଦେ ନିରନ୍ତର ତାରେ

  କୃପା କରିବେଟି ସେହୁ।


କିଛିଦିନ ପରେ,


ହୋଇଲା ସନ୍ତାନ ଖୁସି ଓ ଆନନ୍ଦ

  ତାଙ୍କ ଗୃହ ପୁରିଗଲା,

ଶାଶୁ ଓ ଶଶୁର ଆନନ୍ଦ ଅପର

  ଆଦର ବୋହୁର ହେଲା।


ଆଦର କରିଲା ପତି ଯେ ପତ୍ନୀକୁ

  ପ୍ରେମ ପତିପତ୍ନୀ ହେଲା,

ଝଗଡା ତାଣ୍ଡବ ଦୂରେଇ ଗଲାରେ

  ଜଗନ୍ନାଥ ଦୟା ହେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract