Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangita Mishra Satapathy

Tragedy

3  

Sangita Mishra Satapathy

Tragedy

କାହାକୁ କୁହ କହିବା

କାହାକୁ କୁହ କହିବା

1 min
126



ପଶୁଟି ବୁଝୁଛି ମନ କଥା

ମଣିଷ ପାରୁନି ବୁଝି

ସଂପର୍କ ଡୋରୀରେ

ପଶୁ ହୁଏ ବାନ୍ଧି

ମଣିଷ ସାଜେ ବ୍ଇରୀ ।


ଭାଇ ଦିଏ ହାଣି ନିଜ ଭାଇ ପୁଣି

ଭାଉଜ,ଝିଅ,ପୁତୁରା

ପୁଅ ହାଣିଦିଏ ମାଆ

ପତି ମାରିଦିଏ ପତ୍ନି ଯଦି

କାହାକୁ କୁହ କହିବା ।


ବୁଦ୍ଧି ବିବେକରେ ଶ୍ରେଷ୍ଠ ମଣିଷ 

ସ୍ବାର୍ଥକୁ କଲେ ସର୍ବସ୍ବ 

ବିଭୁ ନାମ ଛାଡି

ସତପଥ ହୁଡିଲେ

କାହାକୁ କୁହ କହିବା ।


ପିତା ମାତା ସ୍ନେହ ଆଦରକୁ ଭୁଲି

ବୃଦ୍ଧାଶ୍ରମେ ପୁଅ ଯଦି ନେଇ ଛାଡେ

ବୋହୂ ବି ନିଜ ବାପା ମା' ନ ଭାବି

ଚାକର ପରିକା ଦେଖେ

କପାଳରେ ସିନା କର ମାରିବା

 କାହାକୁ କୁହ କହିବା ।


ରୋଗୀ ସେବା ନିଜ ଧର୍ମ ନ ଭାବି

ଅର୍ଥ ଲାଳସାରେକରେ ହତାଦର

ଦେଶସେବା ନାମେ ନେତାଏ

ସ୍ବାର୍ଥରତ ଆଜିର ଶାସନ କଳ 

କାହାକୁ କୁହ କହିବା ।


ଧନୀ ପାଏ ଏଠି ପକ୍କାଘର

ଗରିବର ନାହିଁ ଚାଳ

ତେଲିଆ ମୁଣ୍ଡରେ ତେଲ ଜର ଜର

ଗରିବ ନୂଖୁରା ବାଳ

କାହାକୁ କୁହକହିବା

କପାଳରେ ସିନା କର ମାରିବା।  


Rate this content
Log in

Similar oriya poem from Tragedy