Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Children

3  

Bharatabandhu Biswal

Fantasy Inspirational Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
128



ମନେ ପଡିଯାଏ ମୋ ପିଲାଦିନ

ହଜିଗଲା ଗତକାଲି

ଭୁଲି ନାହିଁ ମନୁ ଡଙ୍ଗା ତିଆରିବା

ରଫ ଖାତାକୁ ଚିରି ।


ଚଉଖୁଣ୍ଟ କରି ମୋଡିମାଡି ଭାଙ୍ଗି

ହୁଅଇ କାଗଜ ଡଙ୍ଗା

ଭସାଇଲେ ତାକୁ ବରଷା ଧାରରେ

ଲାଗୁଥିଲା ବଡ଼ ମଜା ।


ସାଙ୍ଗ ସାଥି ମେଳେ ଟିକି ଗଡିଆରେ

ପବନ ବହିଲେ ଭାସେ

ପାଣିର ଚବକା ବେଗ କରେ ଗତି

ତାଳି ମାରି ନାଚେ ହସେ ।


ଓଲଟାଇ ପଢେ ଗୋଟିକ ଉପରେ

ଗୋଟିଏ ଜୀବନ ପୃଷ୍ଠା

ଜାଗିଉଠେ ସବୁ ପିଲାଦିନ ସ୍ମୃତି

ଇତିହାସ ଆତ୍ମକଥା ।


ଗୈ।ରବ ଉଜ୍ଜଳ ଆମ ପରମ୍ପରା

ଉତ୍କଳୀୟ ନୌବାଣିଜ୍ୟ

ଗଢିଛି ସୁନ୍ଦର ମୋ ମନେ ସପନ

ଦେଉଛି ସାହସ ଧୈର୍ଯ୍ୟ ।


ଭାସି ଭାସି ଯାଆ କାଗଜ ଡଙ୍ଗା ମୋ

ବୋଇତ ଜାହାଜେ ପଣ୍ୟ

ହେଉ ସୁସମୃଦ୍ଧ ମୋ ଜାତି ସ°ସ୍କୃତି

ଧନଧାନ୍ୟ ପରିପୂର୍ଣ୍ଣ ।


Rate this content
Log in

Similar oriya poem from Fantasy