ବରଷା ରାଣୀ
ବରଷା ରାଣୀ
ବରଷା ରାଣୀ ଲୋ ବରଷା ରାଣୀ
ଡେରି ହେଲା ବୋଲି ପଡେ ଭାଳେଣି l
ତୋର ଅପେକ୍ଷା ଟି ସର୍ବେ କରନ୍ତି
ଖରା ର ଦାଉ ରୁ ଦେଉ ତୁ ଶାନ୍ତି l
ଘଡଘଡି ବର୍ଷା ବିଜୁଳି ମାଡ
ମନେ ହୁଏ ଆସିଗଲା ଆଷାଢ଼ l
ସାରୁ ବୁଦା ମୂଳେ ବେଙ୍ଗ ବେଙ୍ଗୁଲୀ
ରଡି କରୁଥାନ୍ତି ହୋଇ ମବାଲି ।
ନିଦରୁ ଉଠନ୍ତି ତୁହି ଆସିଲେ
ବର୍ଷା ଋତୁ ତାଙ୍କୁ ପସନ୍ଦ ଭଲେ l
ସାଧବ ବୋହୁ ଟି ଦିଶେ ଏ ଦିନେ
ନାଲି ଟୁକୁ ଟୁକୁ ବୋହୁ ଯେସନେ l
ନାଲି ମଖମଲି ଓଢଣୀ ଟାଣି
ଧୀରେ ଧୀରେ ସିଏ ଚାଲଇ ପୁଣି l
ସବୁଜିମା ଭରି ଯାଏ ଧରଣୀ
ଶୋଭାରାଶି ମନ ନିଅଇ କିଣି l
କୁନି ଶିଶୁ ଅବା ବୃଦ୍ଧା ତରୁଣ
ବାଳିକା ହେଉକି ବୃଦ୍ଧ ଯେ ପୁଣ l
ସଭିଙ୍କୁ ଖୁସି ତୁ ବାଣ୍ଟିଣ ଥାଉ
ସେଥିପାଇଁ ତୋତେ ଭଲ ଯେ ପାଉ l
କାଗଜ ର ଡ଼ଙ୍ଗା ଭସାଇ ଧୀରେ
ଚପଳ ଶିଶୁ ଟି ମନ ଅଧିରେ l
ଗାଁ ପୋଖରୀ ଟି ଜଳେ ପୂରଣ
ଜଳ କ୍ରୀଡା କରିଥାନ୍ତି ତରୁଣ l
ଶସ୍ୟ କ୍ଷେତ୍ର କେଡେ ସୁନ୍ଦର ଦିଶେ
ତୋର ଆଗମନେ ଧରଣୀ ହସେ l
ବରଷା ଛୁଅଁଇ ଧରଣୀ ଯେବେ
ମାଟିର ସୁଗନ୍ଧ ମନକୁ ଲୋଭେ l
ତୋହରି ପରଶ ଦେହେ ବାଜିଲେ
ଶିହରଣ ଖେଳେ ଶରୀର ତଳେ l
ଗରମ ପକୁଡି ତା ସାଥେ ମୁଢି
ମଜା ନେଇ ଦେଖୁ ବରଷା ଝଡି l
ପାଣିର ଫୋଟକା ପରି ଜୀବନ
ତୋର ଜଳଧାରା ଶିଖାଏ ପୁଣ l
ମୁହିଁ ତୋତେ ଭଲ ପାଏ ବହୁତ
ସବୁ ବର୍ଷ ତୁ ଆସୁଥା ଏମନ୍ତ l
