STORYMIRROR

Kadambari Mohakhud

Classics Fantasy Inspirational

4  

Kadambari Mohakhud

Classics Fantasy Inspirational

କରୋନା ରେ " ଦୀପାବଳି " 🙏 ( କାଦମ୍ବରୀ ମହାଖୁଡ଼ )

କରୋନା ରେ " ଦୀପାବଳି " 🙏 ( କାଦମ୍ବରୀ ମହାଖୁଡ଼ )

1 min
223


ଆସ ଦୀପଟିଏ  

ଜାଳି ବସିବା ,

ଅଯୋଧ୍ୟାର ସେଇ 

ଗପ ଶୁଣିବା ||


ନାହିଁ ଧୂଆଁ ପରିବେଶ 

ନାହିଁ ବାରୂଦ ବାସ୍ନା ,

ଆଜି ପ୍ରକୃତିର ଦିଶେ 

ସୁନ୍ଦର ଜ୍ୟୋସ୍ନା ||


ପୁରୁଣା ଯୁଗ ବି  

ଫେରି ଆସିବ ,

ଅନ୍ଧାରରେ ଦୀପ 

ଶିଖା ହସିବ ||


ଏ କରୋନା ର ଯୁଗ 

ବଦଳି ଯିବ ,

ଅନ୍ଧାର ଦୁନିଆ 

ଆଲୋକ ହେବ || 


ଆସ ଦୀପଟିଏ 

ଜାଳି ବସିବା ,

ପରସ୍ପର ସାଥେ 

 ସୁଖ ବାଣ୍ଟିବା ||


ଅମାବାସ୍ୟାର ଏ 

ଅନ୍ଧାର ରାତି,

ଦୀପ ଆଲୋକଟି 

 ହେବରେ ସାଥି || 


ପ୍ରଭୁ ରାମଚନ୍ଦ୍ର 

ବିଜୟ ଯାତ୍ରା , 

ସୁଖେ କଟୁ ସର୍ବ  

ଜୀବନ ଯାତ୍ରା || 


ଆସ ପ୍ରେମର ଦୀପଟେ 

ଦେବାରେ ଜାଳି , 

ହିଂସା ପ୍ରତିବାଦ 

ଯାଉରେ ଜଳି || 


ଆଜି କରୋନା ସାଙ୍ଗକୁ 

ଏ ଦୀପାବଳି ,

ମହାମାରୀ ଆଜି 

ଦୀପର ଶିଖାରେ ଯାଉରେ ଜଳି ||

  


Rate this content
Log in

Similar oriya poem from Classics