STORYMIRROR

Gangotri Priyadarshini

Abstract Classics Fantasy

4  

Gangotri Priyadarshini

Abstract Classics Fantasy

ଆକାଶ

ଆକାଶ

1 min
247

 

ମୁଣ୍ଡ ଉପରେ ବିସ୍ତୀର୍ଣ୍ଣ ଆକାଶ

ହୃଦୟ ଯାର ପରିବ୍ୟାପ୍ତ

ସୂର୍ଯ୍ୟ, ଚନ୍ଦ୍ର ସାଥେ ଅଗଣିତ ତାରା

କେବେ ନୀଳ ଗଗନ, କେବେ ଶୁଭ୍ରାବରଣ !!


ଭଷା ବାଦଲର ଲୁଚକାଳି ଖେଳ

ଅମାବାସ୍ୟା ପୁର୍ଣ୍ଣିମାର ଶବ୍ଦହୀନ ଦର୍ଶକ

ନିସ୍ତବ୍ଦ ରାତ୍ରିର ପରିସୀମା ତୁମେ

ନଭଶ୍ଚୁମ୍ଭି ମୋ ଆଶାର ଆଧାର !!


ଯେବେ ଚାହେଁ ତୁମକୁ

ଝଲସି ଯାଏ ଚକ୍ଷୁ ଦ୍ବୟ ମାେ

ତୁମ ଅବିରତ ଅଚଳ ଉପସ୍ଥିତିରେ

କେବେ ଚପଳଛନ୍ଦାର ତଡିତ୍ ପ୍ରବାହ !!

ଧାବମାନ ହୁଏ ମାେ ଶିରା ପ୍ରଶିରାରେ

ବିଜୁଳିର ଝକମକ ସଦୃଶ ଚମକ 

ହୃଦୟ ଅଳିନ୍ଦରେ ମୃଦୁ ପ୍ରଶ୍ନବାଚୀ

କାହିଁକି ତୁମେ ନିଶ୍ଚଳ, ନିର୍ବିକାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract