STORYMIRROR

Sagar Kumar Parida

Abstract Fantasy

4  

Sagar Kumar Parida

Abstract Fantasy

ପ୍ରତିବାଦ

ପ୍ରତିବାଦ

1 min
180

ପ୍ରତିବାଦ କର ଅନ୍ୟାୟ ଦେଖିଲେ

ନିଜର ଚକ୍ଷୁ ସାମ୍ନାରେ,

ଅସତ୍ୟ ଉପରେ ସତ୍ୟର ବିଜୟ

ତେବେ ହେବ ସମାଜରେ।।

ଶଠତା,ଠକାମୀ, ଭଣ୍ଡାମି ସମାଜୁ

ଦୁର କରିବାର ପାଇଁ,

ପ୍ରତିବାଦ ଏକ ଅମୋଘ ଅସ୍ତ୍ର

ମନେରଖ ସଦା ଧାୟୀ।।

ନାରୀ ନିର୍ଯ୍ୟାତନା ନାରୀର କଷଣ

କଳଙ୍କ ଆମ ସମାଜେ,

ନାରୀର ଦୁର୍ଗତି କଲେ ଦୁରୀଭୂତ

ରାମ ରାଜ୍ୟ ପରକାଶେ।।

ନେତା ମନ୍ତ୍ରୀ ସରକାରୀ କର୍ମଚାରୀ

ଯଦି କରନ୍ତି ଅନ୍ୟାୟ,

ପ୍ରତିବାଦ କର ଅଂହିସା ବଳରେ

ସେମାନେ ହୋଇବେ ଥୟ।।

ଆମ ମାତୃଭାଷା ଆମରି ଗୌରବ

ରଖିବା ତାହାର ମାନ,

ପ୍ରତିବାଦ କର ଯେଉଁଠି ଦେଖିଲ

ମାତୃଭାଷା ଅପମାନ।।

ଆମ ପୂର୍ବପୁରୁଷ ପ୍ରତିବାଦ ବଳେ

ଫିରିଙ୍ଗି ତଡିଲେ ଦେଶୁ,

ସୁନ୍ଦର ଭାରତ ଉପହାର ଦେଲେ

ମିଳିମିଶି ଆମେ ବଞ୍ଚୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract