STORYMIRROR

Tapaswini DashSarangi

Abstract Classics Fantasy

4  

Tapaswini DashSarangi

Abstract Classics Fantasy

ଭାବନା

ଭାବନା

1 min
162

ଭାବନାରେ ଅଭିମନ୍ତ୍ରିତ ହୋଇ

ଉଆଁସି ଭିଜା ଆକାଶକୁ ଦେଖିଲେ

ଲାଗେ ଯେମିତି ଜହ୍ନ ମୁରୁକି ହସି ଦେଖେଇ

ହୋଇ କୁନି କୁନି ତାରକାଙ୍କୁ ଈର୍ଷାରେ

ଜଳେଇବାରେ ଲାଗିଛି...।

ଆଉ କଇଁ ସହିତ ପ୍ରୀତି ପ୍ରଣୟରେ

ଡୁବି ଯାଇ କଇଁ ଅପେକ୍ଷାର ଅନ୍ତ କରିଛି...

ଅଭିମନ୍ତ୍ରିତ ଭାବନା ମାନ ଯେବେ

କଡ଼ ଲେଉଟାଣି ଦେଇ ଚାଲିଯାଆନ୍ତି

ଉଆଁସି ଆକାଶ କହି ହୁଏ..

ଏ ଦୁନିଆରେ କିଛି ସ୍ଥାୟୀ ନୁହେଁ।

ଭାବନାକୁ ସାଥି କରି ଅସମ୍ଭବକୁ

ସମ୍ଭବ କରିବାର ଚିନ୍ତା ଅନ୍ଧତ୍ଵର ପରାକାଷ୍ଠା...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract