STORYMIRROR

Goutam Mohanty

Tragedy Fantasy Inspirational

4  

Goutam Mohanty

Tragedy Fantasy Inspirational

*କାନ୍ଦୁଛି ଭାରତ ମାଆ*

*କାନ୍ଦୁଛି ଭାରତ ମାଆ*

1 min
188


ଶୋଇଥିଲି କାଲି ସ୍ୱପ୍ନେ ଯେ ଦେଖିଲି

କାନ୍ଦୁଛି ଭାରତ ମାଆ ।

ଆଖିରୁ ତାହାର ବହେ ଅଶ୍ରୁ ଧାର

ଥମିବାର ନାହିଁ ନାଆ ।।୧

ପଚାରିଲି ଯେବେ ମାଆ କୁ ମୋହର

କାନ୍ଦୁଅଛୁ କାଇଁ ପାଇଁ ।

ଦେଲା ମା ଉତ୍ତର କାନ୍ଦୁ କାନ୍ଦୁ ତାର

କାନ୍ଦୁଛି ମୋ ଝିଅ ପାଇଁ ।।୨

ସୁରକ୍ଷିତ ନାହିଁ ଆଜି ମୋର ଝିଅ

ଡାକେ ମୋତେ ବାର ବାର ।

କେମିତି ସହି ବି ମାଆମୁଁ ହୋଇ କି

ତାର ବ୍ୟାକୁଳ ଚିତ୍କାର ।।୩

ପଶୁଠାରୁ ହୀନ ହୋଇଛି ଯେ ଜନ

ମାନୁନାହିଁ ବଡ଼ ସାନ ।

ଶାଗୁଣା ବିଲୁଆ ପରି ଝୁଣୀ ଝୁଣୀ 

ଖାଆନ୍ତି କେତେ ଜୀବନ ।।୪

କନ୍ୟାକୁ ଯେଉଁଠି ଦେବୀଯେ ମଣନ୍ତି

କରୁଛନ୍ତି ଭୃଣ ହତ୍ୟା ।

ଏସିଡି ରେ ପୋଡ଼ି କେତେଝିଅ ନାରୀ

ହେଉଛନ୍ତି ନିତି ହତ୍ୟା ।।୫

କା ବେକରେ ଛୁରୀ କାବେକେ ଦଉଡ଼ି

କାହାକୁ ଦେଲେଣି ପୋଡ଼ି ।

କେମିତି ସାହିବି କୋହରେ ପୁଅ ତୁ

ଧର୍ଷିତା ଝିଅ ର ରଡ଼ି ।।୬

ରାଜା ପଥେ ଏଠି ଧର୍ଷଣ ହେଉଛି

ବାଡ଼ ଖାଉଛି ଫସଲ ।

ପ୍ରଶାସନ ଏଠି ନୀରବ ରହୁଛି

ସତେ ଅବା ସେ ଅଚଳ ।।୭

ଶୁଣ ପ୍ରଶାସନ ଶୁଣ ମୋ ସନ୍ତାନ

ଏତିକି ଗୁହାରି ମୋର ।

ମୋ ଝିଅ କାନ୍ଦୁଛି ନିତି ମରୁ ଅଛି

ଦୁଃଖ ମୋର ଦୂର କର ।।୮



Rate this content
Log in

Similar oriya poem from Tragedy