STORYMIRROR

Debaki Behera

Abstract Romance Fantasy

4  

Debaki Behera

Abstract Romance Fantasy

ଜହ୍ନରାତି

ଜହ୍ନରାତି

1 min
268


ଏକ ସୁନେଲି ସ୍ୱପ୍ନରେ ଆସିଥିଲ ତୁମେ

                             ପ୍ରୀତିର ଗହଣା ନେଇ

ଥିଲା ଜହ୍ନରାତି, ଥିଲା କୁଞ୍ଜବନ

                   ଚାଲିଯାଇଥିଲ ମନକୁ ନେଇ l

ଘୁରି ବୁଲୁଥିଲେ ଜହ୍ନ ର ରାଇଜେ

                            ହାତ ଧରା ଧରି ହୋଇ

ହଜିଯାଇଥିଲ ତୁମେ ମୋରି ଆଖିରେ

                           ଲାଜଉ ଥିଲି ଯେ ମୁହିଁ l

ଭାଙ୍ଗିଗଲା ସ୍ବପ୍ନ ଖୋଲିଗଲା ଆଖି

                  ନଥିଲେ କେହି ମୋ ସାମ୍ନାରେ

ସକାଳ ସ୍ବପ୍ନ ସତ କି ହୋଇବ

                      ଥିଲ ତୁମେ ମୋର ସ୍ମୃତିରେ l

ସକାଳ ସାଥିରେ ହଜିଗଲା ଜହ୍ନ

                     ହଜିଗଲା ସେହି ଜହ୍ନର ରାତି

ସୂର୍ଯ୍ୟାଲୋକ ଦେଲା ରାତିକୁ ହଜେଇ

               ସପନ ଭରା ସେ ଅଭୁଲା ତାତି l

ତୁମ ପାଇଁ ଶଙ୍ଖା, ସିନ୍ଦୂର ନାଇବି

                ସ୍ବପ୍ନ ମୋର ଅଧା ରହିଗଲା

ମୂଳଧନ କରି ସ୍ବପ୍ନ କୁ ବଞ୍ଚିବି

              ସ୍ମୃତିରେ ମୋ ତୁମ ଛବି ରହିଗଲା l



Rate this content
Log in

Similar oriya poem from Abstract