STORYMIRROR

Goutam Mohanty

Classics Fantasy Inspirational

4  

Goutam Mohanty

Classics Fantasy Inspirational

ମୁଁ "ମାଆ " ଆସୁଛି🙋🙋🙋🙋

ମୁଁ "ମାଆ " ଆସୁଛି🙋🙋🙋🙋

1 min
261


ମାଆ ! ଏ ମାଆ !

ଶୁଣି ପାରୁଛ ନା ମୋ ଡାକ

ମୁଁ ତୁମ ଝିଅ ଡାକୁଛି

ତୁମ ପେଟ ଭିତରୁ ..... ମାଆ !            ।।


ବହୁତ ଖୁସି ମୁଁ

ଆଉ କିଛି ଦିନ ପରେ ମୁଁ ଜନ୍ମ ନେବି

ଠିକ୍ ଦଶହରାଦିନ

ଡାକ୍ତର ସାର୍ ସେଦିନ କହୁଥିଲେ ମୁଁ ଶୁଣିଛି     ।।


ଆଉ ଏୟା ବି ଶୁଣିଛି

ତୁମେ ବାବାଙ୍କୁ କହୁଥଲ

ଆମର ଗୋଟିଏ ଗୁଲୁଗୁଲିଆ 

ସୁନାନାକୀ ଚମ୍ପାକଢ଼ୀ ଝିଅଟେ ହେବ 

ତୁମେ ସତରେ ରୁହ ଦେଖିବ              ।।


ସତରେ ମାଆ ! 

ଏ ଅନ୍ଧାର ଭିତରେ ରହି ରହି

ମୁଁ ପୂରା ଅଣନିଃଶ୍ବାସୀ ପାଲଟି ଗଲିଣି 

କେବେ ମୁଁ ଆଲୋକ ଦେଖିବି ଖାଲି ଦିନ ଗଣୁଛି   ।।


ମୁଁ ଏହା ବି ଜାଣିଛିି

ପ୍ରସବ ବେଦନା ବହୁତ କଷ୍ଟ

ସବୁ କଷ୍ଟ ଯନ୍ତ୍ରଣାକୁ ସହି ମୋତେ 

ଏ ସୁନ୍ଦର ଦୁନିଆର ଆଲୋକ ଦେଖେଇବ       ।।


ମୁଁ ସତ କହୁଛି

ମୋତେ ଦେଖିଲା ପରେ

ମୋ ନାଲି ଗୁଲୁ ଗୁଲୁ ମୁହଁ ଦେଖି

ତୁମେ ସବୁ ଦୁଃଖ କଷ୍ଟ ଭୁଲିଯିବ            ।।


ହେଲେ ମାଆ !

ମୋର ତୁମକୁ ଗୋଟେ ନିବେଦନ

ମୁଁ ଝିଅ ଟିଏ ବୋଲି ମୋ ହାତରେ 

କଣ୍ଢେଇ ଖେଳିବାକୁ ଧରେଇ ଦେବନି 

ଘରକରଣା ଛୋଟ ଛୋଟ ହାଣ୍ଡି କଡ଼େଇ

 ମେଳା ଯାତରାରୁ ସବୁ କିଣି ଆଣିବନି         

ମୋ ହାତରେ ଦୁଇପଟ ଚୁଡ଼ି ପିନ୍ଧେଇ ଦେବନି    ।।


କଣ ସବୁ ଦେବ ଜାଣିଛ ନା

ହାତରେ ବନ୍ଧୁକ ଖେଳନା

କ୍ରିକେଟ ବଲ୍ ବ୍ଯାଟ୍, 

ପାରିବ ଯଦି ଛୁରୀ , ଖଣ୍ଡା ଖେଳନା 

କିଣି ଆଣିବାକୁ ବାପାଙ୍କୁ କହିବ              ।।


ମୋ କଥା ଶୁଣି ଡରୁଛ କି

ମୁଁ କାହିଁକି କହୁଛି ଜାଣିଛ ନା

ଆଜିକାଲି ଯୁଆଡ଼େ ଦେଖିବ

ଖାଲି ମାଳ ମାଳ ମହିଷାସୁରଙ୍କର ପ୍ରାର୍ଦୁଭାବ      ।।


ଟିକେ ବଡ଼ ହେଲା ପରେ ମୋତେ

କରାଟେ, ଜୁଡୋ ,ମାର୍ସାଲ୍ ଆର୍ଟ 

ସବୁକିଛି ଶିଖେଇବାକୁ ପଠେଇବ

ମୋତେ ଆଈ ମା କାହାଣୀ ନ କହି

ଝାନ୍ସି ରାଣୀ ଲକ୍ଷ୍ମୀବାଈ, କାରୁବାକୀ

ପଦ୍ମାବତୀ ମାନଙ୍କର କାହାଣୀ ଶୁଣେଇବ        ।।


ମୋତେ ଲକ୍ଷ୍ମୀ ନ ସଜେଇ ଦୁର୍ଗା ବନେଇବ 

ମୁଁ ଆଉ ଦିନ ଦ୍ବି ପ୍ରହରରେ ବିଚ୍ ରାସ୍ତାରେ

ଅସହାୟ ନିଃସହାୟ ଅବସ୍ଥାରେ

 ଗଣ ବଳତ୍କାରର ଶିକାର ହେବିନି            ।।


 ତୁମକୁ ସେତେବେଳେ ଆଉ କୋର୍ଟର

ତାରିଖ ପରେ ତାରିଖ କୁ ଯିବାକୁ ପଡ଼ିବନି

ନିରୋଳାରେ ବସି ଏକା ଏକା

ଆଖିରୁ ଲୁହ ପୋଛିବାକୁ ପଡ଼ିବନି

ମୋ ସୁରକ୍ଷା ମୁଁ ନିଜେ  ହିଁ କରିବି 

ମୁଁ ତୁମକୁ କଥା ଦେଉଛି

ଏ ପାପୀ ମାନଙ୍କୁ ମୁଁ ସଂହାର କରିବି

କାହିଁକି ନା କଳିଯୁଗର ମୁଁ "ମାଆ "ଆସୁଛି       ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics