STORYMIRROR

Chaturbhuja Sahoo

Abstract

4  

Chaturbhuja Sahoo

Abstract

କାଗଜ-ଡଙ୍ଗା

କାଗଜ-ଡଙ୍ଗା

1 min
376

ଜୀବନ ଯୁଦ୍ଧରେ ପଳାଦକ ମୁହିଁ

             ଯଥା ପରାସ୍ତ ନାୟକ,

ଗାଁ ପାରିହେଲେ ଯେମିତି ଅଟକେ

            କାଗଜ-ଡଙ୍ଗା ଯାକ ।【୧】

ସୁଅ ଅନୁକୂଳେ ଭାସିଯାଏ ସିନା

        ପ୍ରତିକୂଳେ ଡଙ୍ଗା ଯାଏ ଅଟକି,

ମଣିଷ ଜୀବନେ ଉଠାଣି ଗଡାଣି

       ଅସହାୟ ମନ ଯାଇଛି ଥକ୍କି ।【୨】

ସଂସାର ଡଙ୍ଗାର ନାହିଁ ଥୁଳକୁଳ

      ଟଳମଳ ଏଠି ଦଦରା ନାଆ,

ସ୍ବାର୍ଥପର ଏଠି ଆପଣା ମଣିଷ

     ମିଛ ବାହାନାରେ ଲଗାନ୍ତି ନିଆଁ ।【୩】

ସତ କର୍ମପଥେ ଚାଲିଅଛି ସିନା 

       ସହି ପାରୁନାହିଁ ଦୁଃଖ ଯାତନା,

ଅସହାୟ ମୁହିଁ ଏ ସମାଜ ଆଗେ

        କୁହୁଳୁଛି ମୋର ଅନ୍ତବେଦନା ।【୪】

ଜୀବନଯାତ୍ରାରୁ ଦିଅ ବିଦାୟ

   ପ୍ରାର୍ଥନା ମୋହର ଜଗତ ସାଇ,

କହୁ, ଏ ଜଗତ ପଳାତକ ପଛେ

       କି ଲାଭକହୁନ ବଞ୍ଚିକି ରହି ।【୫】



Rate this content
Log in

Similar oriya poem from Abstract