କାଦୁଅର ମଣିଷ
କାଦୁଅର ମଣିଷ
ତମ ହାତେ ଗଢ଼ା ଜୀବନ୍ତ ସ୍ଥାପତ୍ୟ
ଅକାତ ପଙ୍କର ବାସ୍ନାରେ ।
ଶିଳା ଦେହ ପୂର୍ଣ୍ଣ କେତେ କାରୁକାର୍ଯ୍ୟ
ରମ୍ୟ ଭାବନା ଛାଇରେ ।।୧।।
ହଜିଲା ସ୍ମୃତିର ଇସ୍ତାହାର ନଈ
ମଗ୍ନ ଭରା ଭାଷା ଛାତିରେ ।
କୋଉ ଫଗୁଣର ଆମ୍ବକଷି ତମେ
ବାସ ମହ ମହ ବିଭୋରରେ ।।୨।।
ଶିଳାପଦ୍ମ ଯେବେ ରୂପବତୀ ହୁଏ
ଅଚିହ୍ନା ହାତର ସ୍ପର୍ଶରେ ।
ଶୁନ୍ୟ ପରା ଦୀପ ଆଲୋକିତ ଧରା ଯେ
ହସ ଖୁସି କାଦୁଅରେ। ।।୩।।
ମାନବ ଭାସ୍କର୍ଯ୍ୟ ମଣେ ଏଠି ନର
କରେ କେତେ କୀର୍ତ୍ତି ଯସ ।
ବିଲୀନ ହୁଏ ସେ କର୍ମ ଏକତାରେ
ହୋଇ କାଦୁଅର ମଣିଷ ।।୪।।
