STORYMIRROR

DHARITRI SAHU

Romance

4  

DHARITRI SAHU

Romance

କାବ୍ୟ ନାୟିକା

କାବ୍ୟ ନାୟିକା

1 min
361

କାବ୍ୟ ନାୟିକା ସେ

କବିତାରେ ଗଢା ତାର

ସୁକୋମଳ ତନ, ମନ, ପ୍ରାଣ

କବିର ପ୍ରେୟସୀ ସିଏ

ସମର୍ପିତା ସର୍ବଦା ସେ

କାବ୍ୟିକ ମୁଦ୍ରାରେ,

ପ୍ରେମର ସାତରଂଗ ଦେଇ

ଯେବେ ଗଢ଼ିଥିଲା

ତା ରାଜ କୁମାର

ଆକାଶରେ ଇନ୍ଦ୍ରଧନୁ 

ମୁଁହ ଛୁପା ଦେଲା

ନନ୍ଦନ ବନୁ କୁସୁମ

ପାରିଜାତେ ତା ଗଭା ମଣ୍ଡିଲା

ତାରା ହୀରକ ମଣିରେ

ସିନ୍ଥି ଚମକିଲା

ଆଉ ଝିନ୍ନ ପାଟ ବସ୍ତ୍ରେ

ଅବୟବ ତା ଢାଙ୍କିଲା

ଲାଜୁଆ ତା ଆଖି ପତା

କଜ୍ୱଳ ଗାରଟେ ଟାଣି

ମୁନି ମନ ଚୋରି କରି

ମୁଖ ପଦ୍ମକୁ ସଧିରେ

ଚମ୍ପା କଢି ଅଙ୍ଗୁଳି ରେ

ଆବୃତ ସେ କଲା।

ସବୁ ଶେଷେ କବିର ଲେଖନି ଯେବେ

ସମାପ୍ତ କୁ କହେ

ଫେରି ଆଉ ଦେଖେନାହିଁ

କାବ୍ୟ ନାୟିକା ଟି ତାର

କେଉଁ ଆଡେ ଯାଏ

କିମ୍ବା ସର୍ବଦା ସେ ପ୍ରତିକ୍ଷା ରେ ଥାଏ

କେବେ ଫେରିବ ତାହାର

ଇପ୍ସିତ ପୁରୁଷ,ସତେ କେବେ 

ହୋଇବକି ମିଳନ ତାଙ୍କର

ଅପେକ୍ଷା....ଓ ପ୍ରତୀକ୍ଷା

କାହିଁ କେତେ ଯୁଗର

ପ୍ରତିଶୃତି ପ୍ରତିବଦ୍ଧ ତାର

ଏବେ ବି କଥା କୁହେ..

କଥା କୁହେ ତା ଶରୀରରେ

ଭରି ହୋଇ ରହିଅଛି 

ଯେଉଁ ଲାବଣ୍ୟତା,

କଥା କୁହେ ଲାଜରେ ଲାଜୁଆ

ଅର୍ଦ୍ଧ ନିମିଳିତ ତାର

ଦୁଇ ଆଖି ପତା,

ଅପୂର୍ବ କାରୁଣିମା ପାଖରେ

ହାରମାନିଛି ଏ ସୃଷ୍ଟି ର

ସମ୍ପୂର୍ଣ୍ଣ ଶୋଭାର ବୈଭବତା

ଅବଗୁଣ୍ଠନବତୀ ର

ନିରବତା ଆଜି ଝଙ୍କୃତ 

ନଦୀର କୁଳୁ କୁଳୁ ତାନରେ,

ଆକାଶର ସୀମାହୀନତା ପାଖରେ

କଲମ ଟା ଭାଙ୍ଗି ରୁଜି

ଚୁରମାର ହେଇଗଲା ବୋଲି

ଆକାଶ, ପୃଥିବୀ ସାଥେ

ପର୍ବତ, ଝରଣା

ରଙ୍ଗ ଦେଲେ ନାନା ଜାତି

ବନ ଫୁଲ ତୋଳି

ପୃଥିବୀର ସୌନ୍ଦର୍ଯ୍ୟ ର

ଅତୁଳନୀୟ

ସମନ୍ବୟ ଓ ସମାହାର

ଧନ୍ୟରେ ତୁ କବି !

ଥରେ ଫେରି ଦେଖିଯାଆ

ଲାସ୍ୟମୟୀ ନାୟିକା ତୋ

ଆଉ କରିନି ଅପେକ୍ଷା....

କଥା ସେ ଦେଇଛି

ହୃଦୟରେ ପ୍ରିତି ଫଲ୍ଗୁ ଧରି

ଯୁଗ ଯୁଗ କରିବ ସେ

ପ୍ରେମ ର ପ୍ରତୀକ୍ଷା..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance