STORYMIRROR

Sunanda Mohanty

Inspirational Others Children

4  

Sunanda Mohanty

Inspirational Others Children

ଜୟନ୍ତୀ

ଜୟନ୍ତୀ

2 mins
208


ପ୍ରଧାନମନ୍ତ୍ରୀ ଙ୍କ ସହ ଜୟନ୍ତୀ ର ଫୋଟୋ ଦେଖି ଚମକି ପଡିବା ସହ ଖୁସିରେ ମନ ଟା ନାଚି ଉଠିଲା, ମୋରି ଛାତ୍ରୀ, ଦିବ୍ୟାଙ୍ଗ ଜନ୍ମରୁ ନୁହେଁ, ପରିସ୍ଥିତି ଚକ୍ରରେ, ଘଟଣା ଟି ବଡ଼ ସମ୍ବେଦନଶୀଳ, ଚୁଲିରେ ରୋଷେଇ ସାରିବା ପରେ ମାଆ ତାର ଥୁଆ ରଖା କରୁଥିଲେ ଘର ଭିତରେ, ତ ଝିଅଦୁଇଟି ଖେଳୁଥିଲେ ଚୁଲି ପାଖାପାଖି ଅଗଣାରେ, ବଡ଼ ବୋଲାଉଥିବା ଝିଅ, ଯିଏକି ଦୁଇ ତିନି ବର୍ଷର ଛୋଟ ଭଉଣୀ ଜୟନ୍ତୀକୁ ଠେଲି ଦେବାରେ ତା ହାତ ପଶିଗଲା ଚୁଲି ଭିତରେ, ମାଆ ଆସି ଦେଖିଲା ବେଳକୁ ଅବସ୍ଥା ସାଂଘାତିକ, ବଂଚିଗଲା ଜୟନ୍ତୀ, ହେଲେ ବାମ ହାତ ପାପୁଲି ଠୁ ଉପର ଅଂଶ କିଛି ବାଟ ଯାଏଁ ହୋଇଗଲା ବିକୃତ, ହେଲେ ହସ ହସ ମୁଂହଟି ତାର ଭାରି ସରଳ ସୁନ୍ଦର l

   ସେ ବର୍ଷ ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ଥାଏ ସେ, ପ୍ରତିବର୍ଷ ଜୋନାଲସ୍ତରୀୟ କ୍ରୀଡା ସତ୍ୟବାଦୀ ବଏଜ ସ୍କୁଲରେ ହୁଏ ତ ପିଲାଙ୍କ ତାଲିକାରେ ଜୟନ୍ତୀ ନାମ ଥିବା ଦେଖି ମୁଁ ପଚାରେ ତୁ ଦଉଡି ପାରିବୁ ମାଆତ ମୁଣ୍ଡ ହଲାଇ ସମ୍ମତି ପ୍ରକାଶ କରି ଯାଏ ପିଇଟି ଙ୍କ ସହିତ ଆଉ ଚାମ୍ପିୟନ ହୋଇ ଆସି ପ୍ରଣାମ କରେ, ହେଲେ ଯେତେବେଳେ ବାହାରକୁ ଯିବାକୁ ପଡେ ତାକୁ ଓ ତା ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କୁ ରାଜି କରେଇବାକୁ ପଡେ, ତ ଜୟନ୍ତୀ ଯେତେଥର ଯାଏ ଫେରେ ସଫଳତାର ଶୀର୍ଷରେ ରହି, ଖୁସି ଲାଗେ, ଝିଅଟି ର କେତେ ଦୁଃଖ କଷ୍ଟ ଭିତରେ ଭଗବାନ ତାକୁ ସଫଳତା ଆଣିଦେଇଥିବାରୁ ମୋ ଅଜଣାତରେ ମୋ ଆଖି ଲୁହରେ ମୁଁ ସେ ଅଦୃଶ୍ୟ କାରିଗର ଙ୍କ ପାଦପଦ୍ମରେ ପ୍ରଣତି ଢାଳୁଥାଏ ତ ବିଷ୍ନ୍ବବାବୁ, ଏ ଅଂଚଳର ଜଣାଶୁଣା କୋଚ ମ୍ୟାନେଜେର ଙ୍କ ଦୃଷ୍ଟି ରେ ପଡି ଜୟନ୍ତୀ ଆମ ସ୍କୁଲରୁ ଟିସି ନେଇ ଅନ୍ୟତ୍ର ପଢିବା ସହ ଖେଳରେ ଅଗ୍ରଗତି କରି ଧାବିକା ରୂପେ ପରିଚୟ ପାଇ ଖ୍ୟାତି ବଢ଼ାଇବା ବେଳେ ଆସେ କେବେ କେବେ ସ୍କୁଲ କୁ ତ ମୁଁ ପଚାରିଦିଏ ମନେ ଅଛି ମାଆ, ତତେ କେତେ କଷ୍ଟ କରି ତୋ ପରିବାର ପାଖେ ତୋ ଭଲ ମନ୍ଦ ପାଇଁ ମୁଁ ନିଜେ ଦାୟୀ ରହିବି ଲେଖିଦେଲା ପରେ ତତେ ତୋ ପରିବାର ଷ୍ଟେଟ ଓ ନାସନାଲ ଲେବେଲ କୁ ଖେଳିବାକୁ ଛାଡ଼ନ୍ତି, ସେଇ ପୂର୍ବ ପରି ସରଳ ଆମାୟିକ ଖୋଲା ହସ ଟିଏ ହସିଦିଏ ଜୟନ୍ତୀ, ତ ଛାତି କୁଣ୍ଢେମୋଟ ହୋଇଯାଏ l

   ଆଜି ତା ଫଟୋଟି ଦେଖି ଖୁସିରେ ମୁଁ ଆତ୍ମହରା ହୋଇ ପଡିଲା ବେଳେ ମନେପଡ଼ୁଥିଲା, ଏଇ ଅଳ୍ପ ଦିନ ତଳେ, ସ୍କୁଲ ଯିବା ବାଟରେ ମାଆ ଦକ୍ଷିଣକାଳୀ ସେବା ଅନୁଷ୍ଠାନ ତରଫରୁ ବିଷ୍ଣୁବାବୁ ଙ୍କ ତତ୍ତ୍ୱାବଧାନରେ ଜୟନ୍ତୀ ସହ ବହୁତ ପିଲା ସ୍ବେଛାସେବୀ ହିସାବରେ ମନ୍ଦିର ଚାରିପଟେ ପରିଷ୍କାର କରୁଥିଲେ, ତ ଜୟନ୍ତୀ କୁ ଦେଖି ଅଟକି ଗଲି, ବିଷ୍ନୁବାବୁଙ୍କ ସହ ଅଳ୍ପ କଥା ହେଲାପରେ ପିଲାମାନେ ସ୍କୁଲ ହତା ସଫା କରିପାରିବ କି ପଚାରିଛି କି ନାହିଁ ଜୟନ୍ତୀ ସହ କେତେ ପିଲା ଚାଲିଆସି କ୍ଷଣକେ ସଫା ସ୍ଵଛ କରିଦେଲେ ସ୍କୁଲ ହତା ଚାରିପଟ, କଣ ଦେବି ପିଲାଙ୍କୁ ବୋଲି ଥଣ୍ଡା ବୋତଲ ଦୁଇ ଚାରିଟା ଆଣି ଦେଲା ବେଳକୁ ଖୁସିରେ ପିଉଥିଲେ ପିଲାଏ ଆଉ ଗଲାବେଳେ କହୁଥିଲେ ଅରୁଆ ଡାଲମା କରନ୍ତୁ ଥରେ ଆମେ ଆସି ସବୁ ପରିଷ୍କାର କରିଦେବୁ, କି ଅତ୍ମୀୟତା ସେ କଥାରେ, ଜୟନ୍ତୀ ତାଗିଦା କରୁଥିଲା, ହେ, ସେ ଆମ ବଦଗୁରୁମା, ଏମିତି କଣ କହୁଛୁ, ମୁଁ ଜୟନ୍ତୀକୁ କୁଣ୍ଢାଇ ପକେଇଥିଲି, ଆଜି ତା ଫଟୋଟିକୁ ବି ଆଉଁସି ଦେଉଥିଲି ହୃଦୟଭରା ନିଃସ୍ଵାର୍ଥପର ସ୍ନେହ କଣିକାଏରେ, ଜୟନ୍ତୀ ଭାଗ୍ୟ ଝରକା ଖୋଲିଯିବାର ଆତ୍ମବିଶ୍ୱାସ ମୋ ନିଶ୍ୱାସରେ ଚାଲୁଥିଲା ଆଜି ।


Rate this content
Log in

Similar oriya poem from Inspirational