STORYMIRROR

Bhabani charan Mishra

Romance

2  

Bhabani charan Mishra

Romance

[ ଜୟ ଶ୍ରୀ ରାଧେକୃଷ୍ଣ ]

[ ଜୟ ଶ୍ରୀ ରାଧେକୃଷ୍ଣ ]

1 min
2.6K


॥ ଜୟ ଜଗନ୍ନାଥ ॥

~~~~~~~~~

ଜୟ ଶ୍ରୀ ରାଧେକୃଷ୍ଣ

•••••••••••••••••

ବୁଡିଗଲି ତୁମ ପ୍ରେମରେ..।

ମୁଁ ଯେ ହୁଡିଗଲି ପଥ ପ୍ରେମରେ..॥

ହେ ନନ୍ଦ ନନ୍ଦନ ହେ ବଂଶୀ ବଦନ..

ସହି ହେଉନି ମୋ ଧୀରେ ଧୀରେ..॥


ସୁମଧୁର ମୃଦୁ ହାସରେ..।

ମନ ବିଗଳିତ ପୀତ ବାସରେ..॥

ହେ ରଙ୍ଗା ଅଧର କମ୍ପେ ତନୁ ମୋର..

ଚିତ୍ତ ଚୋର ଚାରୁ ରୁପରେ..॥


ନଟବର ନଟ ନାଗର..।

ଘନ ଶ୍ୟାମ ମୋ ଘନ ସୁନ୍ଦର..॥

ହେଲି ହରବର ଛନ୍ଦରେ ତୁମର

ଛନ୍ଦେ ଅନ୍ଧ କର ବାରେ ବାରେ..॥


ଏ'କି ହେଲା ସଖି ଗୁପତରେ..।

ଗୋପନେ ମୋ ଅପଘନ ଥରେ..॥

ସେଇ ଦଗା ଦିଆ ହଟିଆ ନାଟୁଅା

ଛନ୍ଦି ଦେଲେ ଛନ୍ଦା ପୟରେ..॥


ଦଗାଦିଆ ଡାକି କୁଞ୍ଜରେ..।

ମୃଦୁ ମଳୟ ମରୁତ ସଞ୍ଜରେ..॥

ଭାଷନ୍ତି ଗୋ ସହି ହେଉନାଜିଁ ସହି

କି ରୋଷ ବୋହିଛ ମାନସରେ..॥


ସଞ୍ଜରେ ଜମୁନା ବାଟରେ..।

ଜଗି ବୋଲନ୍ତି ମୃଦୁ ଶବଦରେ..॥

ଆସ ପିନ୍ଧାଇବି ସୁବର୍ଣ୍ଣ ପାଉଁଜି

ସୁନା ଗୋରୀ ସୁନା ପାଦରେ..॥

*******************

(ମନସିଜ ମନ ମୋହନ)

ବହୁଦିନ ପରେ..ପୁଣିଥରେ..

ଆପଣ ମାନଙ୍କ ଅନୁରୋଧରେ..

ପ୍ରଭୁଙ୍କ ଇଛାରେ..

ହା..ହା..ହା..

ରାଧା ମୋହନ ଶରଣଂ..

॥ ଜୟ ଜଗନ୍ନାଥ ॥

bhabani charan mishra.

mohana ( gajapati )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance