ଜୟ ପ୍ରଭୁ ଶ୍ରୀରାମେଶ୍ୱର
ଜୟ ପ୍ରଭୁ ଶ୍ରୀରାମେଶ୍ୱର
ଜୟ ପ୍ରଭୁ ଶ୍ରୀରାମେଶ୍ୱର
============
ଉତ୍ତରେ ବଦ୍ରିକା,ପଶ୍ଚିମେ ଦ୍ଵାରକା,
ପୂର୍ବେ ଜଗନ୍ନାଥ ଧାମ l
ଦକ୍ଷିଣେ ଥାପିଲେ ଶ୍ରୀରାମେଶ୍ୱରଙ୍କୁ
ତ୍ରେତୟା ଯୁଗେ ଶ୍ରୀରାମ ll
ଚତୁର୍ଦିଗେ ଚତୁର୍ଧାମ ବିରାଜଇ ଏ
ଆର୍ଯ୍ୟ ଭାରତ ବର୍ଷ l
ତିନି ଧାମ ଅଟେ ଶ୍ରୀବିଷ୍ଣୁଙ୍କ କ୍ଷେତ୍ର
ଦକ୍ଷିଣରେ ଆଶୁତୋଷ ll
ବଦ୍ରିକାରେ ପ୍ରଭୁ ତପ ଯୋଗ ସାଧି
ରାମେଶ୍ୱରମରେ ସ୍ନାନ l
ଶ୍ରୀକ୍ଷେତ୍ର ଧାମରେ ଭୋଜନ ପ୍ରଭୁଙ୍କ
ଦ୍ୱାରକା ପୁରେ ଶୟନ ll
ମହା ବ୍ରହ୍ମବେତ୍ତା ରାବଣ ନିଧନେ
ଶ୍ରୀରାମ ରହିଲେ ଭାବି l
ଭୋଳା ଶଙ୍କରଙ୍କୁ ପ୍ରତିଷ୍ଠା କରି ମୁଁ
ହେବି ଶିବ ଅନୁରାଗୀ ll
ଏମନ୍ତେ ବିଚାରି ପ୍ରଭୁ ଧନୁର୍ଦ୍ଧାରୀ
କଲେ ବଡ଼ ଆୟୋଜନ l
ହିମାଳୟୁ ଶିବ ଲିଙ୍ଗ ଘେନି ଆସ
ନିର୍ଦ୍ଦେଶିଲେ ହନୁମାନ ll
ଶୁଭବେଳା ଏବେ ଗଡ଼ି ଯାଉ ଅଛି
ହନୁ ଆସୁନାହିଁ ଫେରି l
ବାଲୁକା ଲିଙ୍ଗେକ ଗଢ଼ି ରଖିଦେଲେ
ମାଆ ଜନକ କୁମାରୀ ll
କୌଶଲ୍ୟାନନ୍ଦନ ସେ ଲିଙ୍ଗ ପୂଜିଲେ
ନାମହେଲା ରାମେଶ୍ୱର l
ପବନ ନନ୍ଦନ ଲିଙ୍ଗ ଆଣିଥିଲେ
ନାମ
ମୁଖ ଲିଙ୍ଗେଶ୍ୱର ll
ପ୍ରଭୁ ରାମଚନ୍ଦ୍ର ବାର୍ତ୍ତା ଦେଲେ ଯିଏ
ପୂଜିବ ଶ୍ରୀରାମେଶ୍ୱର l
ବିଷ୍ଣୁ ଶିବ କ୍ଷେତ୍ର ମରତେ ବିଖ୍ୟାତ
ସିଧା ଲଭିବ ମୋ ପୁର ll
ରାମାୟଣ ଯୁଗ କିର୍ତ୍ତୀ ସେତୁବନ୍ଧେ
ସିନ୍ଧୁ ତଟେ ରାମେଶ୍ୱର l
ପ୍ରଭୁ ଆଶୁତୋଷ ଲଭିବେ ସନ୍ତୋଷ
କର ତାଙ୍କୁ ନମସ୍କାର ll
🙏🙏🙏
ଅର୍ଜୁନୀ
----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
