ଜୟ ମାଆ ହରଚଣ୍ଡୀ
ଜୟ ମାଆ ହରଚଣ୍ଡୀ
ଜୟ ଜୟ ମହାମାୟୀ କୃପାମୟୀ ମାତା l
ନାମ ଧରିଲେ ତୋହର ଦୂରଯାଏ ଚିନ୍ତା ll
ବାସକରିଛୁ ମାତ ତୁ ମହୋଦଧି ତୀରେ l
ଅରଣ୍ୟ ମଧ୍ୟରେ ବାଲୁବନ୍ତ କାନ୍ତାରରେ ll
ନାମ ବୋଲାଇଛୁ ମାତ ବାଲି ହରଚଣ୍ଡୀ l
ବାଇଆହୁଅନ୍ତି ଭକ୍ତ ତୋତେ ଉଣ୍ଡି ଉଣ୍ଡି ll
ବିପଦ ଭଞ୍ଜନୀ, ମାତ ନାରାୟଣୀ ତୁହି l
ତୋର ନାମେ ମାତ ସର୍ବବିପଦ ଖଣ୍ଡଇ ll
କଣ୍ଠେ ରତନର ମାଳ, ପୟରେ ଅଳତା l
ପଦ୍ମ ମୁଖୀ ଲଲାଟରେ ସିନ୍ଦୁରର ଚିତା ll
କଳାମେଘିଶାଢ଼ୀ ମାତ ଅଙ୍ଗରେ ଭୂଷଣ l
ଖଣ୍ଡା ଖର୍ପର ହସ୍ତରେ କେଶରୀ ବାହନ ll
ଯୋଗ୍ନିଗଣ ଧରି ମାତ ସଦା ତୋ ଭ୍ରମଣ l
ସନ୍ଥ ଜନେ ପାଳନ ମା' ଦୁଷ୍ଟ ନିବାରଣ ll
ଗ୍ରାମେଗ୍ରାମେ ପୂଜା ମାତ ତୁ ଗ୍ରାମଦେବତୀ l
ନମଃ ନାରାୟଣୀ ମାତ ତୁହି ହିମବନ୍ତୀ ll
ଦୁଃଖନାଶିନୀ ମାଆ ତୁ ସଙ୍କଟ ତାରିଣୀ l
ନମସ୍ତୁତେ ନମସ୍ତୁତେ ମା' ବିଶ୍ୱ ଜନନୀ ll
