STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଜୟ ମା ଠାକୁରାଣୀ

ଜୟ ମା ଠାକୁରାଣୀ

1 min
223


ତୁମେ ଗ୍ରାମେ ଗ୍ରାମେ ପାଉ ଅଛ ପୂଜା

ତୁମରି ନାମ ରେ ଉଡ଼ୁ ଅଛି ତୁମ ଧ୍ଵଜା

ତୁମେ ଶିବାନୀ ଭବାନୀ ପୁଣି ଦୁର୍ଗତି ନାଶିନୀ

ତୁମେ ଦଶ ଭୁଜା ମା ତୁମେ

ଠାକୁରାଣୀ

ତୁମ ନାମ ନେଲେ ଶକ୍ତି ମିଳି ଯାଏ

ତୁମେ ଥିଲେ ପାଖେ ଶତ୍ରୁ ଦୁରେଇ ଯାଏ

ଦୁଇ ବର୍ଷେ ମା ଗୋ ତୁମ ଯାତ୍ରା ହୁଅଇ

କେତେ ପଟୁଆର ସାଥେ ତୁମ ଘଟ 

ବୁଲଇ

ତୁମ ଯାତ୍ରା ଦେଖିବାକୁ ଗହଳି ଲାଗି ଥାଏ

ମାନସିକ ଧାରି ତୁମ ପାଇଁ ବ୍ରତ କରି ବେଶ ପଡି ଥାଏ

ମନ୍ଦାର ଫୁଲ ରେ ଭକ୍ତ ତୁମ କୁ ସଜାଏ

ଝୁଣା ଧୂପ ଦୀପ ଦେଇ ତୁମ ସ୍ୱାଗତ ରେ ଥାଏ

ତୁମ ଦର୍ଶନ କରିଲେ ଦୁଃଖ ଦୂର ହୋଇ ଯାଏ

ଏହି ସମୟେ ଝିଅ ବି ବାପ ଘରକୁ

ଆସି ଥାଏ

କି ଦେଇ ପୂଜିବି ମାଗୋ ମନ୍ତ୍ର କିଛି ନ ଜାଣଇ

ଶରଣାଗତ ଜନ ର ତୁମ ବିନା କେହି ସାହା ନାହିଁ ll



Rate this content
Log in

Similar oriya poem from Classics