STORYMIRROR

Usharani Sahoo

Inspirational

4  

Usharani Sahoo

Inspirational

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
360

ସଙ୍କଟ ହାରିଣୀ ବିପଦ ନାଶିନୀ

ଜୟ ଜୟ ମା' ତାରିଣୀ

ମନ୍ଦାର ମାଳିନୀ ଘଟଗାଁ ବାସିନୀ 

ନମୋ ନଡ଼ିଆର ରାଣୀ।

ଶାଳବୁଦା ମୂଳେ ତୁହି ବିରାଜିତ

ପାଇଥାଉ ମା'ଲୋ ପୂଜା

ନାଲି ମନ୍ଦାରକୁ ତୋ' ମଥା ସିନ୍ଦୂର

ଆହାଃ କେଡେ ମନଲୋଭା।

କି ଗୁଣ ଗାଇବି ତୋହର ମହିମା

ପାରୁନାହିଁ କିଛି ଜାଣି

ମୁହିଁ ତ ଅଜ୍ଞାନୀ ପାରୁନି ବଖାଣି

ନୁହେଁ ମୁଁ ଯେ ଗୁଣୀ ଜ୍ଞାନୀ।

ଆଖିର ଲୁହରେ ଭିଜୁଛି ପଣତ

ଦୁଃଖର କଳନା ନାହିଁ

ଜୀବନ ପଥ ମୋ କଣ୍ଟକିତ ପଥ

ପାଦେ ନ ଚାଲି ପାରଇ।

ଦୋଛକିରେ ଆଜି ହାରିଯାଏ ମୁହିଁ

ମାୟାର ବନ୍ଧନେ ପଡ଼ି

କିପରି ଲୋ ମାଆ ନିସ୍ତାର ପାଇବି

ବିପଦୁ କରିଦେ ପାରି।

ଶୁଣିଥିଲି ମାଆ ଭକ୍ତିରେ ଡାକିଲେ

ହୋଇଥାଉ ତୁହି ସାହା

ପ୍ରତ୍ୟକ୍ଷ ଭାବରେ ବିଜେ ହୋଇଥାଉ

କରିବାକୁ ଟିକେ ଆହା।

ତୋର ଦୟାବଳେ ଭକତ ଜନର

ଦୁଃଖ ହୋଇଥାଏ ଦୂର

ଜଗତ ତାରିଣୀ ଜଗତକୁ ମାଆ

କରୁଥା ସଦା ଉଦ୍ଧାର।

ଏତିକି ଲୋ ମାଆ ତୋର ପଦ ତଳେ

କରୁଅଛି ମୁଁ ଗୁହାରି

ତୋହର କରୁଣା ଢାଳିଦିଏ ମାଆ

ଆଶିଷ ଦିଏ ଉଜାଡି।



Rate this content
Log in

Similar oriya poem from Inspirational