ଜୟ ମା ସନ୍ତୋଷୀ ମାଆ
ଜୟ ମା ସନ୍ତୋଷୀ ମାଆ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଶୀତଳ ସମୀର ଧୀରେ ବହିଯାଆ
ଯହିଁ ଥିବ ମୋର ମାଆ ,
ସାଥିରେ ଆଣିବୁ ମାଆକୁ ମୋହର
ତା ବିନୁ ନାହିଁ କେ ସାହା ।
ଶୁଖିଲା ଚନ୍ଦନ ମଉଳିଲା ଫୁଲ
ଡେ଼ରି କରିବୁନି ବାଆ ,
କହିବୁରେ ତୁହି "ମାଆ" କୁ ବୁଝାଇ
ଅଭିମାନ ତେଜ ମାଆ ।
ଦୋଷ କ୍ଷମି ମୋର ଗୃହେ ବିଜେକର
କାହିଁଅଛୁ ମୋର ମାଆ ,
ଜାଣିନାହିଁ ମା'ଗୋ ମନ୍ତର ଜନ୍ତର
ସନ୍ତୋଷୀ "ମା" ଗୋ ଅଭୟା ।
କେତେ ଦୁଃଖ ତୁହି ନାସୁ ମ
ହାମାୟୀ
ଦୁଃଖ ହାରିଣୀ ତୁ ମାଆ ,
ମୁଁ ମୁଢ଼ ଅବନୀ ଘେନ ମୋ ଦୟିନୀ
ଶରଣ ଦେ' ତୁ ମାଆ ।
ତୋର ନାମ ଧରି ଯାଉ ଏହି ପ୍ରାଣ
ଆଶ୍ରାହିଁ ତୋହର ପାଆ ,
ତୋର ଏ ସଂସାରେ ମୁଁ ଛାର ମାତର
ବିପଦୁ ଉଦ୍ଧାର ମାଆ ।
ଶତ ଅପରାଧ କ୍ଷମି ମହାମାୟୀ
ଆଶିଷ ବରଷି ଯାଆ ,
ଯୋଡ଼ ହସ୍ତେ ମୁହିଁ ପ୍ରଣତି ଜଣାଏ
କୋଟି ଦଣ୍ଡବତ ମାଆ ।
ଯହିଁ ଥିବ ମୋର "ମାଆ"...........