ଜୟ ମା' ରାଧିକେ
ଜୟ ମା' ରାଧିକେ
ଜୟ ମା' ରାଧିକେ
===========
ଜୟ ମା' ରାଧିକେ ଜୟ ଆରାଧିକେ
ଜୟ ମା' ମଙ୍ଗଳମୟୀ l
ନାମ ମା' ଧରିଲେ ନିତ୍ୟାନନ୍ଦ ମୟୀ
ଦୂରିତ ଦୂରେ ପଳାଇ ll
କୃଷ୍ଣ ଆରାଧିକା ଜୟ ମା' ରାଧିକା
ଜୟ ମା' ଜୟ ଶ୍ରୀରାଧା l
ସଂସାର ସାଗରେ ତରି ଚାଲୁ ଥାଇ
ନାମେ ମା' ନଥାଏ ବାଧା ll
ବୃନ୍ଦାବନେଶ୍ୱରୀ ମାଆଲୋ ଈଶ୍ୱରୀ
ଇପ୍ସିତ ଫଳ ଦାୟିନୀ l
ଶ୍ରୀରାଧା, ଶ୍ରୀକୃଷ୍ଣ, ଏକ ତନୁ ସିନା
ଏକ ବିଜେ ଫାଳ ବେନି ll
ଗୋଲୋକ ବାସିନୀ କୃଷ୍ଣର ସଙ୍ଗିନୀ
ମାଆ ରାସେଶ୍ୱରୀ ତୁହି l
ତୁହି ମା ପରମେ ଜୀବେ ବାସ କରୁ
ପରମ ରୂପରେ ରହି ll
ଜୟ ସୁର ବନ୍ଦ୍ୟା ବୃଷଭାନୁ ଜେମା
ଜୟ ମାଆ ଗୋପୀଶ୍ରେଷ୍ଠା l
ତୋତେ ଧ୍ୟାନକଲେ କୃଷ୍ଣର ପୟରେ
ଆପେ ଆସିଯାଏ ନିଷ୍ଠା ll
ମାଆ ଶୁଭ୍ର ମୁଖି ଜୟ ଲୋ ସୁମୁଖୀ
ତପ୍ତକାଞ୍ଚନ ଗୌରାଙ୍ଗୀ l
ଜୀବର କଲ୍ୟାଣେ ମରତେ ଆସିଲୁ
ଗୋଲୋକପତିଙ୍କ ସଂଗୀ ll
ବୃନ୍ଦାବନେଶ୍ୱରୀ ମାଆ ରାସେଶ୍ୱରୀ
ଲାଗିଛି ନିତ୍ୟ ରାହାସ l
ମୁଁ ମୁଢ଼ ଅଜ୍ଞାନ ତୋ ପାଦେ ଶରଣ
ବାଞ୍ଛେ ମା' ଦାସାନୁଦାସ ll
କଲ୍ୟାଣ କରିବୁ ମାଆଲୋ କଲ୍ୟାଣୀ
ଜୟ ମା' ଦୟା ସାଗରୀ l
ଆପଦେ ବିପଦେ ସାହା ହେଉ ଥିବେ
ଜୟ ଶ୍ରୀରାଧା ଶ୍ରୀହରି ll
🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
