ଜୟ ମା କମଳା
ଜୟ ମା କମଳା


ଜୟ ମାଗୋ ଅନ୍ନପୂର୍ଣ୍ଣା ଗୋ
ଆସ ଏ ଭକ୍ତ ଗହଣେ
କୃପା ବାରି ଢାଳି ରଖ ମା
ସଦା ତୁମ୍ଭ ଚରଣେ ।
ସିନ୍ଧୁ ସୁତା ଲକ୍ଷ୍ମୀ କମଳା
ମାଗୋ ବିଘ୍ନ ନାଶିନୀ
ତୁମ୍ଭ କରୁଣାରୁ ଚଳେ ମା
ଏଇ ସାରା ମେଦିନୀ ।
ଧନଧାନ୍ୟ ପୂର୍ଣ୍ଣ ହୁଏ ମା
କଲେ ତୁମ୍ଭର ସ୍ତୁତି
ଦୁଃଖ ଭବାର୍ଣ୍ଣବେ ଭାସିଲେ
ପ୍ରାଣେ ନଥାଏ ଭୀତି ।
ଉଚ୍ଚ ନୀଚ ଭାବ ନାହିଁ ମା
ତୁମ୍ଭ ମନ ମନ୍ଦିରେ
ରଙ୍କ ହୁଏ ନରପତି ମା
ନୃପ କ୍ଷୁଧାରେ ମରେ ।
ଅପାର ମହିମା ତୁମ୍ଭର
କିଏ ପାରିବ ବର୍ଣ୍ଣି
କେବେ ପଦ୍ମାଳୟା କେବେ ମା
ଶସ୍ୟ ସବୁଜ ପର୍ଣ୍ଣି ।
ଜଗତ କଲ୍ୟାଣ କର ମା
ସ୍ମରେ ଅଧମ ଭକ୍ତ
ଦୋଷା ଦୋଷ କ୍ଷମା କରି ମା
ସଦା ହୋଇବ ପ୍ରୀତ ।