STORYMIRROR

Prabhati Mahapatra

Classics

3  

Prabhati Mahapatra

Classics

ଜୟ ମା ଧୂମାବତୀ

ଜୟ ମା ଧୂମାବତୀ

1 min
253


ଧୂମାବତୀ ଲୋ

ତୁହି ନିଷ୍ଠୁର ଏତେ (ଘୋଷା)

ତୋର ଦୁଆରେ ଭକତ ଛିଡ଼ା 

ତୁହି କାହିଁକି ଦେଉଛୁ ପୀଡ଼ା

ଧୂମାବତୀ ଲୋ ତୁହି ପାଷାଣ ଏତେ

ଧୂମାବତୀ ଲୋ ତୁହି କପଟି ଏତେ

ଧୂମାବତୀ ଲୋ ......।


ମଙ୍ଗଳ ବାରରେ ପୂଜିଲେ ତୋତେ ଲୋ

ସୁଖ ପରା ଆସେ ବରଷି 

ବାରମାସ ତୋର ଉପବାସ କଲେ

ଶାନ୍ତି ତୃପ୍ତି ଦେଉ ହରଷି 

ତୋର ଦାନରେ ତ ମାପ ନାହିଁ

କୁଣ୍ଠା କରୁ ତୁହି କାହା ପାଇଁ

ଧୂମାବତୀ ଲୋ ଭକ୍ତ ମରନ୍ତି କେତେ

ଧୂମାବତୀ ଲୋ ଢାଙ୍କି ରଖ ପଣତେ ।

ଧୂମାବତୀ ଲୋ.....।


ହୃଦୟରୁ ଯେବେ ଡାକନ୍ତି ଭକତେ

କ୍ଷଣିକରେ ଦେଉ ଆଉଁସି

ତେଣୁ ଦୁଃଖି ଜନେ ହାତ ପ୍ରସାରନ୍ତି

ଶୁନ୍ୟ ଥାଳେ ଦେଉ ପରଷି 

ତୋତେ ଭରସା କରିଲେ ଭକ୍ତ

ତୁହି କେମିତି ହୋଇଛୁ ଶକ୍ତ

ଧୂମାବତୀ ଲୋ ଦୋଷ କରିବୁ ନାଶ

ଧୂମାବତୀ ଲୋ ଭକ୍ତ ହୋଇବେ ତୋଷ

ଧୂମାବତୀ ଲୋ ......।


ଦଶଦିଗ ମାଡ଼ି ବସିଛୁ ତୁହି ଲୋ

କେତେ ନାମେ ପୂଜା ତୋହର

ଉତ୍ପାତ ଅସୁର ମାରିଛୁ ମା ଲୋ

ତିନି ପୁର କରି ଉଦ୍ଧାର 

କଳି କାଳରେ ନଦେଉ ଦେଖା

କିଏ ହୋଇବ ଭକତେ ସଖା

ଧୂମାବତୀ ଲୋ କୃପା କରିଦେ ଥରେ

ଧୂମାବତୀ ଲୋ ଭକ୍ତ ଯାଆନ୍ତୁ ଘରେ

ଧୂମାବତୀ ଲୋ .......।



Rate this content
Log in

Similar oriya poem from Classics