ଜୟ ମା ବୈଷ୍ଣବୀ
ଜୟ ମା ବୈଷ୍ଣବୀ
ବୈଷ୍ଣବୀ ଶାରଦା ମାତ ହୁଅ ତୁ ପ୍ରସନ୍ନ
ତୋ ପୟରେ କର ଯୋଡ଼େ ଆସ ମା ବହନ ।
ସ୍ବସ୍ତି ପ୍ରଦାୟିନୀ ମାତ ମଙ୍ଗଳ ଭଦ୍ରକ
ଭଦ୍ରାକାଳୀ ଭଗବତୀ ନାମେ ସ୍ବସ୍ତିମୁଖ ।
ତରଙ୍ଗେ ତରଙ୍ଗାୟିତ କଲ୍ଲୋଳ ଉଚ୍ଛଳେ
ସ୍ପର୍ଶ କରେ ବେଳାଭୂମି ଆନନ୍ଦ ଉପଳେ ।
ପୁଣି ପ୍ରାଚୀ କାନ୍ଥେ ଭାସେ ବାଳସୂର୍ଯ୍ୟ ଦୃଶ୍ୟ
ଲୋହିତ କଣିକା କରେ ହୃଦୟ ହରଷ ।
ପୟ ପୂର୍ଣ୍ଣ ସରୋବରେ ବିକଶେ କମଳ
ମନରେ ଉତ୍କଣ୍ଠା ଭରି ଦୁର୍ଗା କଣ୍ଠେ ମାଳ ।
ଶହେ ଆଠ ଉତ୍ସର୍ଗୀତେ ତ୍ୟାଗୀବି ଜୀବନ
ଦେବୀଙ୍କ କଞ୍ଜପୟରେ ନିରନ୍ତର ଧ୍ୟାନ ।
ସବୁଜ ଖେତର ଦୃଶ୍ୟ ଅତି ମନୋରମ
କର ପ୍ରସାରିତ ଢାଳେ ଶୁଦ୍ଧ ଅନ୍ନଦାନ ।
ତମୋଘ୍ନ ନାଶିନୀ ଅବତୀର୍ଣ୍ଣ ଧରାଧାମେ
ସଙ୍ଗୀତ ମୁଖର ଭାସେ ଶୁକ ପିକ ତାନେ ।
ନୀଡ କ୍ରୋଡେ ଉଙ୍କିମାରେ ନାଶାଚର ଜୀବ
ଦର୍ଶନ ପ୍ରାପଣ ଚିନ୍ତେ ମୋତେ ଉଦ୍ଧାରିବ ।
ନାଗବଲ୍ଲୀ ଆନନ୍ଦରେ ଉର୍ଦ୍ଧ୍ବ ମୁଖା ହୋଇ
ତୋଳି ନିଅ ମୋତେ ମାତ ପାପ ମୋର ଧୋଇ ।
ଦୁର୍ବାଦଳ ବ୍ୟାକୁଳତ ସେବିବେ ଚରଣ
ସଙ୍ଗେ ବେଲପତ୍ର ଜବା କରନ୍ତି ସ୍ମରଣ ।
ସ୍ବଳ୍ପ ଶୀତ ସମୀରଣ ପରିମୟ ଗତି
ସତେ କି ଆଲଟ ବିଞ୍ଚି ଅର୍ପଣେ ଆଳତି।
ସିନ୍ଦୁରିତ ଗଗନରେ ମନୋରମ ବେଳା
ଜଗତ ଜନନୀ କର୍ମେ ନକରନ୍ତି ହେଳା ।
ଅସୁର ନାଶିନୀ ପାଦ ଅହଟକୁ ପାଇ
ପାପି ଶଠ ଧ୍ରୁତ ବେଗେ ଦୂରତା ମାପଇ ।
ଶଂଖ ନାଦ ଧ୍ୱନି ଶୁଣି ନର ନାରୀ ଗଣ
ଦର୍ଶନ ଲାଳସା ମନେ ଆସେ ଜାଗରଣ ।
ଶତାୟୁ ବାର୍ଦ୍ଧକ୍ୟ ବୋହି ଲଉଡି ସାହାରେ
ଲପତ ନୟନେ ଭାଷେ ଆସ ମା ଧରାରେ ।
ସନ୍ନିକଟ ହୁଏ ଯେବେ ମାତାଙ୍କ ଶିଞ୍ଜନୀ
ତିନି ପୁର ମଥା ନତେ ପାତି ଦେଲେ କାନି ।
ଆଶିଷ କଳସୀ ଢାଳି ଭକ୍ତେ କର ତୃପ୍ତ
ପ୍ରଭାତୀ ପ୍ରଣତି ଘେନ ପାପ ହେଉ ଧୌତ ।
