STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଜୟ ଜୟ ଜଗତପତି ଏତିକି ମୋର ବିନତୀ

ଜୟ ଜୟ ଜଗତପତି ଏତିକି ମୋର ବିନତୀ

1 min
157

ପାଦ ଥିଲେ ତୋର ପାଦକୁ ଜାବୁଡ଼ି କେତେ ଲୁହ ଢାଳି ଦିଅନ୍ତି,

ଦୁଃଖ କଷ୍ଟ ଯିଏ ଦେଉଛି ମୋତେ ତୋ ହାତ ତା'ଶିରେ ଥୁଅନ୍ତି

ଅଳି କରିଥାନ୍ତି ଆସିବାକୁ ବେଳେ ମୋ କୁଡିଆ ଘର ତୋତେ,

ତୋ ପାଦ ରେଣୁରେ ମୋ କୁଡିଆ ଘର ହସି ଉଠନ୍ତା କି ସତେ।


ପାଦ ନାହିଁ ସିନା ସଭିଙ୍କୁ ଟାଣୁଛୁ ତୁ କାଳେ ତୋ ଶ୍ରୀମନ୍ଦିର

କହିବୁକି ମୋତେ ବାଦ କରି କାହିଁ ବନ୍ଧ ବାନ୍ଧିଛୁ ଶ୍ରୀକ୍ଷେତ୍ର,

ମୁଁ କହେ ତୁ ମୋର, ତୁ କହୁ ବି ମୋର ମିଛ ଅଭିନୟ ନୁହେଁ,

ହେଲେ କାହିଁ ପାଦ ପଡୁନାହିଁ ତୋର ମୋ କୁଡିଆ ଦୁଆରରେ।


ପାଦ ତୋର ମୋର ସାହା ଯେ ମାତର ସେ ପାଦେ ଟିକିଏଜାଗା

ଦେବୁ ବୋଲି ଅଳି କରେ ସଦା କଳି ତୋସାଥିରେ ଆରେ ଜଗା

ସଭିଙ୍କୁ ସୁଖରେ ରଖିବୁ କାହ୍ନୁରେ ଦେ ସଭିଙ୍କର ଦୁଃଖ

ହସୁ ଏ ଜଗତ ବହୁ ଶାନ୍ତି ମଳୟ ଏହି ଇଚ୍ଛା କଳାମୁଖ।


ଶେଷରେ କରୁଣା କରିବୁ କାଳିଆ ସତ୍ୟପଥେ ସର୍ବ ମତି

ଧର୍ମ ଅନୁସରି ସତ୍ୟକୁ ଆଚରି ବିତୁ ସର୍ବ ଦିନରାତି

ଜୟ ଜୟ ଜଗତପତି ଏତିକି ମୋର ବିନତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational