Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract Classics

3  

Bijay Prusty

Abstract Classics

ଜୟ ଜଗନ୍ନାଥ କଳା ସାଆନ୍ତ

ଜୟ ଜଗନ୍ନାଥ କଳା ସାଆନ୍ତ

1 min
237



ମାୟାଧର ବୋଲି ଡାକନ୍ତିରେ ତୋତେ

କଳିର ଦେବତା କଳା ଠାକୁର

ତୋରମାୟା ଏକା ତୋତେ ହିଁ ଗୋଚର 

କେମିତି ବୁଝିବ ଅଧମ ନର I

ମାରିପାରୁ ତୁହି ତାରିପାରୁ ତୁହି

ହଟିଆ ନାଗର କଳା କହ୍ମେଇ

ଲୀଳା ଲଗେଇଲୁ ସମସ୍ତେ ଭାବିଲେ

ବଡଦାଣ୍ଡେ ରଥ ଗଡିବ ନାହିଁ I

ଅଣସର ଘରେ ଲୁଚି ଶୋଇଥିଲୁ

ଜରେ କମ୍ପୁଥିଲା ଦେହଟା ତୋର

ସମସ୍ତେ ଭାବିଲେ କରୋନା ହୋଇଛି

କେମିତି ବା ଯିବୁ ଗୁଣ୍ଡିଚା ଘର I

ତୋ ଦେହରୁ ରୋଗ ବ୍ୟାପିଯିବ କାଳେ

ନ୍ୟାୟାଳୟେ ତୋର ହେଲା ବିଚାର

ଶ୍ରୀମନ୍ଦିର ଛାଡି ଯାଇ ପାରିବୁନି

ବସି ପାରିବୁନି ରଥରେ ତୋର I

ସୁସ୍ଥ ହେଲୁ ଯେବେ ମନେ ପଡିଗଲା

କାଲି ହେବ ତୋର ରଥ ଯାତରା

ମାୟା ବିସ୍ତାରିଲୁ କାୟା ବିସ୍ତାରିଲୁ

ସଭିଙ୍କ ବିଚାର ଓଲଟି ଗଲା I

ବଡ ଦେଉଳରୁ ପଦାକୁ ଆସିବୁ

ବଡଦାଣ୍ଡେ ତୋର ଗଡିବ ରଥ

ସାରା ସଂସାରରୁ ଶୁଭୁଥିବ ଖାଲି

କାଳିଆ ସାଆନ୍ତ ଶ୍ରୀ ଜଗନ୍ନାଥ I

 


Rate this content
Log in

Similar oriya poem from Abstract