STORYMIRROR

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଜୟ ଜଗନ୍ନାଥ ଜୟ

ଜୟ ଜଗନ୍ନାଥ ଜୟ

1 min
213


ହୃଦୟ କନ୍ଦର ସୁନୀଳକନ୍ଦର

ରତ୍ନମୟ ସିଂହାସନେ

ହୁଅ ବିରାଜିତ ବିବେକ ସୂରୁଜ

ଉଜ୍ଜ୍ୱଳୁ ଜ୍ୟୋତି ସୁମନେ ।


ଉଦ୍ଭାସୁ ସୁଗୁଣ ସୁକର୍ତ୍ତବ୍ୟ କର୍ମ

ଉତ୍କର୍ଷୁ ଜୀବନ ପ୍ରାଣ

ହେଉ ଚରିତାର୍ଥ ଉଦ୍ୟମ ସଫଳ

ଜନମ ସାର୍ଥକ ଧନ୍ୟ ।


ମିଳୁ ସ୍ୱଚ୍ଛନ୍ଦତା ମୁକତି ସୁଗତି

କୁସୁମିତ ହେଉ ପଥ

ସ୍ନେହ ସଦ୍ଭାବନା ମମତା ବିଶ୍ୱାସେ

ସୁସମ୍ପର୍କ ହେଉ ଦୃଢ଼ ।


ସବୁଜ ସୁନ୍ଦର ରହୁ ପରିବେଶ

ସମାଜ ହେଉ ସୁରକ୍ଷ

ନ ହେଉ ଜଟିଳ ରୋଗ ମହାମାରୀ

ଅଭାବ କଷଣ ଦୁଃଖ ।


ଜଳ ସ୍ଥଳ ବାୟୁ ନଭ ଅନ୍ତରୀକ୍ଷ

ହେଉ ମୁକ୍ତ ସୁବିମଳ

ନ ବ୍ୟାପୁ ହି°ସ୍ରତା କ୍ରୂର ଦାନବତା

ସଂକୀର୍ଣ୍ଣତା ପାପାଚାର ।


ବଡ଼ଦାଣ୍ଡ ପଥ ହେଉ ସୁପ୍ରଶସ୍ତ

ଉଲ୍ଲସୁ ପ୍ରତି ହୃଦୟ

ପ୍ରଚଳୁ ଜୀବନ ଜାତି ନନ୍ଦିଘୋଷ

ଜୟ ଜଗନ୍ନାଥ ଜୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational