STORYMIRROR

Kishore Nayak

Classics Children

3  

Kishore Nayak

Classics Children

ଜୟ ଗଜାନନ

ଜୟ ଗଜାନନ

1 min
457


ଜୟ ଗଜାନନ ଗଉରୀ ନନ୍ଦନ 

            ସିଦ୍ଧି ଦାତା ଗଣପତି 

ଜୟ ବିଘ୍ନରାଜ ବିକଟ ସୁମୂଖ 

            ଜୟ ହେ ବ୍ରହ୍ମଣସ୍ପତି ll

ଜୟ ଜ୍ଞାନ ଦାତା ଜୟ ବୁଦ୍ଧି ଦାତା 

            ଜୟ ପ୍ରଭୁ ବିଘ୍ନହର 

ଜୟ ଗଣାଧ୍ୟକ୍ଷ ଜୟ ଧୁମ୍ରକେତୁ 

          ଜୟ ହେ ମୟୂରେଶ୍ୱର ll

ଜୟ ବିଘ୍ନହର୍ତ୍ତା ଜୟ ଶୂର୍ପକର୍ଣ 

            ଜୟ ପ୍ରଭୁ ବିନାୟକ 

ଜୟ ଗଜବକ୍ର ଜୟ ଵକ୍ରତୁଣ୍ଡ 

            ଜୟ ସିଦ୍ଧି ପ୍ରଦାୟକ ll

ଜୟ ଭାଲଚନ୍ଦ୍ର ଜୟ ଧୂମ୍ରବର୍ଣ୍ଣ 

           ଜୟ ପ୍ରଭୁ ଲମ୍ବୋଦର 

ଦୟାକର ବାରେ ଏଇ ଅଜ୍ଞାନରେ 

           ଜୟ ଜୟ ବିଘ୍ନେଶ୍ୱର ll

ବୁଦ୍ଧିହୀନ ଏଇ ଅଜ୍ଞାନ ସନ୍ତାନେ 

          ଆଶିଷ ଦିଅ ହେ ପ୍ରଭୁ 

ଜ୍ଞାନ ଆଲୋକରେ ଆଲୋକିତ କର 

           ଦୂର କର ବିଘ୍ନ ସବୁ ll

ଜୟ ଅଗ୍ରପୂଜ୍ୟ ଜୟ ଗଣନାଥ 

         ଜୟ ହେ ବିଘ୍ନରାଜେନ୍ଦ୍ର 

ହେ କୃଷ୍ଣପିଙ୍ଗାକ୍ଷ ବିଦ୍ୟାଦାତା ପ୍ରଭୁ 

           ଅଗ୍ରଗଣ୍ୟ ଲାଲଚନ୍ଦ୍ର ll

ମୂଷିକ ବାହନେ ବିରାଜିତ ପ୍ରଭୁ 

      ପରଶୁ, ପାଶ, ଅଙ୍କୁଶ ଧାରୀ 

ଜୟ ଏକଦନ୍ତ ହେ ଆଦ୍ୟପୂଜିତ 

    ରକ୍ତ ପୁଷ୍ପ, ଦୁବେ ଶ୍ରଦ୍ଧା ତୁମରି ll

ଶୁଭ ବୁଦ୍ଧି ଜ୍ଞାନ ଦିଅ ଗଜାନନ 

          ଦିଅ ବିଦ୍ୟା ଅପ୍ରମିତ 

ଆହେ ଅଗ୍ରପୂଜ୍ୟ ପିନାକୀ ନନ୍ଦନ 

        ଘେନ ମୋର ପ୍ରଣିପାତ ll


ଶ୍ରୀ ଗଣେଶଙ୍କ ମନ୍ତ୍ର:

ଓଁ ଗଂ ଗଣପତୟେ ନମଃ l

ଓଁ ଶ୍ରୀ ଗଣେଶାୟ ନମଃ l


ଶ୍ରୀ ଗଣେଶଙ୍କ ଶ୍ଳୋକ:

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ 

ନିର୍ବିଘ୍ନମ୍ କୁରୁମେ ଦେବ ସର୍ବ କାର୍ଯ୍ୟେଷୁ ସର୍ବଦା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics