STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ଜୟ ଭାରତ ଜୟ

ଜୟ ଭାରତ ଜୟ

1 min
398


କୋଟିଏ କଣ୍ଠେ ଗାଇବା ଆସ

ଜୟ ଭାରତ ଜୟ ,

ଜାତୀୟ ଧ୍ବଜା ଉଡ଼ାଇ ଦେବା

ହୋଇ ଆନନ୍ଦ ମୟ ।


ଆର୍ଯ୍ୟଭୂମି ଏ ପୁଣ୍ୟଭୂମି ଯେ

ସରଗ ଠାରୁ ବଳି ,

ଯେତେକ ତା'ର ଗୁଣ ଗରିମା

ପାରିଛି କିଏ କଳି !!


ଶୂର-ବୀରଙ୍କ ଜନମଦାତ୍ରୀ

ସେ ତ କଲ୍ୟାଣମୟୀ ,

ଆଦର୍ଶ ଲାଗି ହୋଇଛି ସଦା

ବିଶ୍ୱ ହୃଦୟ ଜୟୀ ।


ତାହାର ତେଜ ,ରୂପ,ବିଭବ

ଦେଖି ବଇରୀ ଜଳେ ,

ଛଡ଼ାଇ ନେବ ସକଳ ସୁଖ

ଭାବିଛି କଉଶଳେ ।


କଦାପି ତାକୁ ସେଇ ସୁଯୋଗ

ଦେବାନି ଆମେ ଛାଡ଼ି ,

ଦେଖୁଛି ଯେଉଁ ଦିବା ସ୍ୱପ୍ନ ସେ

ନେବାଟି ତାହା କାଢ଼ି ।


ବିବ୍ରତ ନୋହି ଯେତେକ ସୁତ

ସକଳେ ଥିବା ଜାଗି ,

ଆପଣା ସୁଖ ମଣିବା ସଦା

ତା' ହିତ କାମେ ଲାଗି ।


ଜପିବା ଆମେ ସଦଭାବନା

ଭାଇଚାରାର ମନ୍ତ୍ର ,

ଅଖଣ୍ଡ ହୋଇ ରହିବ ଆମ

ଭାରତ ରାଷ୍ଟ୍ର-ତନ୍ତ୍ର ।


Rate this content
Log in

Similar oriya poem from Abstract