Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Classics

4  

Chittaranjan Nanda

Classics

ଜରୁରୀ ଉତ୍ତମ ଗୁଣର ଶିକ୍ଷା

ଜରୁରୀ ଉତ୍ତମ ଗୁଣର ଶିକ୍ଷା

1 min
212



ସମୟ ସହ ଜୀବନର ଫର୍ଦ୍ଧ ଲେଉଟୁଛି 

ଆମେ ସବୁ ନାଟ୍ୟକାର

ବିଚିତ୍ର ସର୍ଜନା, ନିଜେ ନିଜ କଳା ନେଇ

ଭବ ସାଗରେ ଭାସିବାର  ।


ଉପର ସୌନ୍ଦର୍ଯ୍ୟ ପଛରେ ପଡ଼ିଛେ ସର୍ବେ

ଭାବୁ ନାହେଁ ଭଲ ମନ୍ଦ

ଦେଖୁନାହେଁ ଉତ୍ତମ ଗୁଣକୁ ଅଳୀକ ସୌନ୍ଦର୍ଯ୍ୟେ 

ହେଉଅଛେ ମହା ଆନନ୍ଦ ।


ଜାଣିନକି ବନ୍ଧୁ, ଅସଲ ସୌନ୍ଦର୍ଯ୍ୟ କେବେ ତ

ରୂପରେ ନ ଥାଏ

ଅନ୍ତରେ ସ୍ନେହ ମମତା ଅଭାବେ ଉପର ସୁନ୍ଦର  

ହୃଦୟ ଭିତରେ ଅଙ୍ଗାର ଥାଏ ।

  

ବାହ୍ୟ ଚାକଚକ୍ୟ ମୂଲ୍ୟହୀନ ଅଟେ ମନଟି 

ନହେଲେ ସୁନ୍ଦର

ମନୁଷ୍ୟକୁ ଚିହ୍ନିବା ମହତ୍ ଗୁଣରୁ, ଗୁଣକୁ ପରଖି

ବଢାଅ ସମ୍ପର୍କ ତୁମର ।


ମାନବର ସେବା ମାଧବର ସେବା ଭାବ ହୃଦେ 

ନେଇ ଯିଏ ଗତି କରେ ଜୀବନରେ 

ଏକରୁ ଅନେକ ଅନେକରୁ ଏକ, ଆଲ୍ଲା, ଯୀଶୁ 

ଅବା ଭଗବାନ୍ ରହନ୍ତି ତା ହୃଦୟରେ ।


କେତେ ଯେ ବିପଦ ଆସିଛି, ଆସିବ ଜୀବନେ, ନେଇଛି , 

ନେବ କେତେ ପରୀକ୍ଷା

ହେ ମୋର ଭଉଣୀ ଭାଇ, ସବୁ ବିପଦରୁ ମୁକତି ପାଇଁକି 

ଜରୁରୀ ଉତ୍ତମ ଗୁଣର ଶିକ୍ଷା ।



Rate this content
Log in

Similar oriya poem from Classics