STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ଜରି ଗୋଟାଳି

ଜରି ଗୋଟାଳି

1 min
415


ସମାଜରୁ ମତେ ବଞ୍ଚିତ କରନା

ବଞ୍ଚିବାର ନିଶା ମୋର

ଆହୁରି କମିନି

ପେଟ ପାଟଣାର ପାଇଁ

ମୁଁ

ଜରି ଗୋଟାଉଛି ।


ସହେ ମୁହିଁ

ସମାଜ ବକ୍ରୋକ୍ତି

ବଖତ ମୋ ଶୁଣିବାର ନାହିଁ

ବଖାଣିବାକୁ ମୋର

ଜନ୍ମ ଇତିହାସ

ପେଟ ପୋଷ

ନାହିଁ ଦୋଷ

ଏହା ମୋର କାବ୍ୟ ।


ମାଁ ମୋର ରୋଗ ଗ୍ରସ୍ଥା

ଭଉଣୀ ମୋ ଅଭିଆଡି

ଭାଇ ପଡେ ପାଠ

ବାପା ଆରପାରି ଯାଇଛନ୍ତି

ତାରା ଗଣିବାକୁ

ବଞ୍ଚିବାକୁ ହେବ

ବଞ୍ଚିବା ପାଇଁ ଖାଦ୍ୟ

ଖାଦ୍ୟ ପାଇଁ ବଞ୍ଚିନି ମୁଁ

ମୋ ସଂସାର ଚଳିବ

ସମାଜର ପରିତ୍ୟକ୍ତ 

ଫୋପାଡା ଜରି ମୋର ଧନ

ଜରି ମୋ ଭରସା

ଜରି ଗୋଟାଳି ମୁଁ ।


ତୁମ ଭଳି ବଞ୍ଚକ ମୁଁ ନୁହେଁ

ବଜ୍ରକୀଟ ପରି ଶୋଷି ନେବି

ଗରିବର ଲହୁ ଆଉ ଲୁହ,

ବଦମାସ ଭଳି ଶୋଷକ, ଭକ୍ଷକ

ଶୁଭ ମନାସେ ତୁମର

ତୁମେ ଏମିତି ହିଁ ହୁଅ

ମୁଁ ଏମିତି ହିଁ ହେବି

ତୁମ ଛଡ଼ା ଜରି

ମୁଁ ହିଁ ଗୋଟାଇବି

ଯାହା ପାଇବି

ସେତିକି ରେ

ମୁଁ ଆନନ୍ଦିତ ଦିନ ଯାକ ହେବି ।


ମୋ ଝୋପଡି ଘରେ

ଖୁବ୍ ଆରାମ ରେ ଶୋଇଯାଏ

ଭୟ ଭ୍ରାନ୍ତି ନ ଥାଏ ମନରେ

ସମୟ ନ ଥାଏ ମୋର

ସୁନେଲି ସ୍ବପ୍ନ ଦେଖିବାକୁ

ସାଉଁଟି ବାକୁ ପ୍ରେମିକାର କେଶ

ଖୋଲା ଆକାଶ ତଳେ

ଶୋଇଥାଏ ନିଘୋଡ଼ ନିଦରେ ।


ମୁଁ ରାଜା ମୋରି ରାଜ୍ୟରେ

ମାନ, ଅଭିମାନ ହୀନ

ମୋ ରାଜ୍ୟ ଶାସନ

ଅବହେଳିତ ମୁଁ ତୁମରି ଭାଷାରେ

ମୁଁ କିନ୍ତୁ ପ୍ରଶାସକ 

ମୋ ସାମ୍ରାଜ୍ୟରେ ।


ଜରି ଗୋଟାଳି ମୁଁ

ସମୟ ଚକରେ

ଭବିଷ୍ୟତର ସ୍ବପ୍ନ ଦେଖ,

ରହିଛି ମୋ ଆତ୍ମାର ଭିତରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational