STORYMIRROR

Mr.GAGAN BIHARI NAYAK

Tragedy Inspirational

3  

Mr.GAGAN BIHARI NAYAK

Tragedy Inspirational

ଜରି ଗୋଟାଳି

ଜରି ଗୋଟାଳି

1 min
149


ପେଟର ଭୋକକୁ ଲୁଚେଇ ପାରୁନି ।

ଭୋକରେ ଯାଉଛି ଜଳି ।

ଆବୋରି ନେଇଛି ଜୀବନ ସଂଗ୍ରାମେ ।

ସାଜିଛି ଜରି ଗୋଟାଳି।0।


ଭୋକିଲା କୁକୁର ଧାଇଁ ଆସୁଅଛନ୍ତି।

ମୁଁ ତାଙ୍କ ଶତ୍ରୁ ଭାବନ୍ତି।

ଦୁହେଁ ଦୁହିଁଙ୍କର ଦୁଃଖ ଚିହ୍ନି ଯାଇ 

ପରାପର ଭାବିଥାନ୍ତି ।୧। 


ଏମିତି ଜୀବନେ ଆସିଛି ଦୁର୍ଦ୍ଧିନ ।

ଚାଖଣ୍ଡକ ପେଟ ପାଇଁ। 

ଅଖିଆ ପେଟରେ ଭୋକ ବିକଳରେ ।

ନିରବେ ଯାଇଛି ଶୋଇ ।୨।


ଜରି ଗୋଟାଳିର ଏସମାଜେ ତାର ।

କିବା ଅଛି ପରିଚୟ ।

କିଏ କହେ ମୋତେ ରିଫୁଜୀ ବିଦେଶୀ

କିଏ କହେ ଢାରତୀୟ ।୩।


ମାନବବାଦୀଙ୍କ ଦୃଷ୍ଟିରେ ମୁଁ

ଦୁସ୍ଥ ମଣିଷ ଟିଏ ।

ବଞ୍ଚିବାକୁ ଏତେ ବଡ ପୃଥିବୀରେ

ମୋ ପାଇଁ ସାହା ବା' କିଏ ?।୪।


ନମିଳୁ ପଛକେ ପେଟକୁ ଆହାର ।

ଜନମ ଦେଇଛି ଯିଏ ।

ଦି'ପାଦ ଭୂଇଁ ଚେନାଏ ଆକାଶ ।

ତାକୁ ଅବା ନେବ କିଏ ।୫।


ମୁଁ ଇଶ୍ବରଙ୍କ ଅମୃତ ସନ୍ତାନ 

ମୋ' ଦୁଃଖ ବୁଝୁଛି କିଏ ।

ମୋତେ ତ ଦେଇଛି ଏ ଜନମ ସିଏ ।

ତାକୁ ଧନ୍ଯବାଦ ଦିଏ ।୬।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Tragedy