STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଜୋକର୍

ଜୋକର୍

1 min
11.6K


ବାପା ମା ବି ଥରେ ଥରେ ସାଜି ଯାନ୍ତି ଜୋକର

ନିଜ ପିଲା କୁ ହସେଇ ବାକୁ


ସେତେବେଳେ ଆଉ ଦରକାର ହୁଏନା

ନାକରେ ନାଲି ବଲ୍

କି ମୁହଁରେ ଅଜବ ସଜ


ତଥାପି ପିଲାକୁ ହସେ଼ଇ ହୁଏ


କାନ୍ଦୁଥିବା କୁନି ପିଲା ଟି ବି ଫେଁ କରି ହସିଦିଏ


ଜୋକର ସବୁବେଳେ ହସୁଥାଏ

ଦିଶେନା ତା ର ଦୁଃଖ

କି ଦେଖା ଯାଏନି କଷ୍ଟ


କିଏ ବା ଜାଣିବ ସେଇ ହସ ମୁହଁ ରେ ଅନେକ ଦୁଃଖ

ଲୁଚି ଲୁଚି ରହିଯାଏ ମନ ସିନ୍ଦୁକରେ ।


ଏମିତି ହସ ର ତାଲା ପଡ଼ିଯାଏ , 

ଖୋଲିବା କେବେ ସମ୍ଭବ ହୁଏନା



ମନ ର କଷ୍ଟ ମନ ରେ ମରିଯାଏ

ଦୁଃଖ ସବୁ ପୋଡ଼ି ପାଉଁଶ ହୋଇଯାଏ

ତଥାପି ଆସେନି ବାହାରକୁ ଟିକିଏ ବି 

ସେ ପୋଡ଼ା ର ବାସ୍ନା ।


ଜୋକରର ମନକୁ ବୁଝିବାକୁ 

ବନିବାକୁ ହୁଏ ଠିକ୍ ତା ପରି ଜୋକର ଟିଏ ।


ହେଲେ କାହା ପାଖରେ ଅଛି ସେ ସମୟ



ସନ୍ତାନ ପୋଷଣରେ , 

ହାତ ଧରି ବାଟ ଚଲେଇବାରେ

ମୁଣ୍ଡ କୁ ହାତ ପହଞ୍ଚେ ଇବାରେ 


ଜୋକର ପହଞ୍ଚିଯାଏ ବାର୍ଦ୍ଧକ୍ୟରେ

ପୁଣି ହସେ ସିଏ ମିଛ ଟାରେ


ନାତିକୁ ହସାଏ , ନାତୁଣୀକୁ ହସାଏ


ପୁଣି ତାଲା ମାରି ଦିଏ ମନ କବାଟରେ



ଜୋକରକୁ ବୁଝିବାକୁ ଦରକାର ଜୋକର ମନ ଟିଏ


ହେଲେ ଅଛି କି ସେମିତି ମନ ଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy