ଜ୍ଞାନ ପ୍ରଦାୟିନୀ ମା
ଜ୍ଞାନ ପ୍ରଦାୟିନୀ ମା
ନା ଅଛି ଜ୍ଞାନର ଭଣ୍ଡାର
ନା ଅଛି ସାହିତ୍ୟିକ
ଶବ୍ଦର ସମ୍ଭାର !
ଶବ୍ଦ କୁ ଶବ୍ଦ ଯୋଡି ଲେଖେ
କବିତା କାହାଣୀ ମୋର !!
ଜ୍ଞାନ ପ୍ରଦାୟିନୀ ମା ତୁ
ମୂର୍ଖ କାଳିଦାସ ମୁଁ !
ହଂସ ବାହିନୀ ଵିଦ୍ୟାଦାୟିନୀ
ଜଗତ ଜନନୀ ମା ବୀଣାପାଣି !!
ଜ୍ଞାନ ପ୍ରଦାୟିନୀ ମା
ତୁମ ଚରଣେ ଶରଣ !
ତୁମ ପାଖେ ନିଜକୁ
କରୁଛି ସମର୍ପଣ !!
ଦିଅ ମା ଜ୍ଞାନର ଭଣ୍ଡାର !
ଆଗକୁ ବଢୁ ସୃଜନ ଶକ୍ତି ମୋର
ଆଗକୁ ବଢୁ ସୃଜନ ଶକ୍ତି ମୋର !!
