ଜନନୀ
ଜନନୀ
ଚିରସ୍ମରଣୀୟl ଆଦ୍ୟ ବନ୍ଦନୀୟା ଅଟେ ଜନନୀ l
ସବୁ ସହି ସର୍ବସାଂହା ଯେପରି ସେ ମେଦିନୀ l
ଅଙ୍ଗେ ସହି ଦୁଃଖ କଷ୍ଟ ପାଇ କେତେ ଯାତନା l
କରି ଥାଏ ଯତ୍ନ କେତେ ଭୁଲି ସବୁ ବେଦନା l
ଅତି ସରାଗ ରେ ଆମକୁ ନିଏ କୋଳେଇ l
ଝୁରି ହୋଇଥାଏ ସଦା ଆଖିରୁ ଗଲେ ଦୁରେଇ l
ଥାଳ କୁ ଭରି ଭଳି ଭଳି ବ୍ୟଞ୍ଜନରେ l
ଉଦର ପୁରାଇ କି ଆନନ୍ଦ ଥାଇ ସେ କ୍ଷୁଧାରେ l
ସ୍ନେହ, ଶ୍ରଦ୍ଧା, ମମତା ର ଅସରନ୍ତି ଭଣ୍ଡାର l
ର
ୋଗ, ଶୋକ ଦେଖି ଆମ କାନ୍ଦେ ତା ଅନ୍ତର l
ଡର ଭୟ ସ୍ପର୍ଶ ନକରେ ସେ ଥିଲେ ପାଖରେ l
ତା ଗୀତରେ ଥାଏ ଯାଦୁ ଶୋଇପଡେ ନିଦରେ l
ଦୁଃଖ ର ତାଡନେ ଯଦି ମନହୁଏ ବ୍ୟଥିତ l
ଶୀତଳ ପରଶ ଦିଏ ତାର ସେଇ ପଣତ l
ବାଲ୍ୟ କାଳେ ମା କାହାର, ଲାଗିଥାଏ ଝଗଡା l
ଜୀବନ ର ଅପରାହ୍ନରେ କାହିଁକି ସେ ଅଲୋଡ଼ା l
ଘରେ ଘରେ ମା ରୂପେ ଅବତୀର୍ଣ୍ଣ ମାହେଶ୍ୱରୀ l
ଲଭ ସର୍ବ ସୁଖ ସେବି ପୟର ତାଙ୍କରି l