STORYMIRROR

Pradeep Kumar Panda

Abstract

2  

Pradeep Kumar Panda

Abstract

ଜଣେ ନାଜୀ ଘାତକର

ଜଣେ ନାଜୀ ଘାତକର

1 min
152

ମାଡି ପଡୁଥିଲା ଆଖି ମୋର କ୍ଷୁଧାରେ

ପେଟରେ ଯନ୍ତ୍ରଣା

ସେତେବେଳେ ଶୁଣିଲି ଆୱଜ

ଜାଗ, ଜାଗରେ ଜର୍ମାନ


ଦେଖିଲି ମୁଁ ରାସ୍ତାରେ ଭିଡ ଜନତାର

ନାଜୀ ସତ୍ତା ଆଡକୁ, ଶୁଣିଲି ସେମାନେ କହୁଥିବାର

କିଛିତ କରୁନି ବଞ୍ଚିବା ପାଇଁ, 

ଭାବିଲି, ସେମାନଙ୍କ ସାଥେ ଚାଲି ତ ପାରିବି


ଏବଂ ମୁଁ ଯେବେ ଚାଲିଲି, ମୋର ସାଥେ ଚାଲୁଥାଏ

କର୍ମୀଦଳର ସବୁ ଠାରୁ ମୋଟା ଲୋକଟାଏ

'ରୁଟି ଅଉ କାମ ଦିଅ', ମୁଁ ଯେବେ ଚିତ୍କାର କଲି

ମୋର ସାଥେ ଯୋରରେ ସେ ବି ଚିତ୍କାର କଲା

ଦଳପତିଙ୍କ ଜୋତାର ମଚମଚ ଶବ୍ଦ

ଆମର କିନ୍ତୁ ଝାଳରେ ଲଟ୍‌ପଟ୍ ପାଦ

ଆମେ ଦୁହେଁ ତଥାପି ଚାଲିଲୁ ମନ ଦୃଢକରି 

ପାଦରେ ପାଦ ପକାଇ


ମୁଁ ଭାବିଲି ବାମ ରାସ୍ତା ବୋଧହୁଏ ଆଗକୁ ବଢିଛି

ସେ କିନ୍ତୁ କହିଲା ମୁଁ ଭୂଲ ବୋଲି

ତା'ର ନିଦ୍ଦେର୍ଶରେ ମୁଁ ଚାଲିଲି

ତା'କୁ ଆଖିମୁଜି ଅନୁସରଣ କଲି


ନିସ୍ତେଜ କିନ୍ତୁ ଉତ୍ତେଜିତ, କ୍ଷୁଧାର୍ତ୍ତ ଦୁର୍ବଳମାନେ

ଚାଲିଲେ ସବଳଙ୍କ ସହ

କେଉଁ ଏକ ନାଜୀ ସତ୍ତା ଆଡକୁ


ସେମାନେ କହିଲେ ଗୁଳି କରିବାକୁ ହେବ

କେଉଁ ସବୁ ଅଜଣା ଶତ୍ରୁକୁ

ମୁଁ ସେମାନଙ୍କର ବନ୍ଧୁକ ଧରିଲି, ନିଶାଣ କଲି

କିନ୍ତୁ ହାଏ, ଟଳି ପଡିଲା ରକ୍ତାକ୍ତ ଶରୀର

ମୋ ଭାଇର

ତା'ଙ୍କରି ନିଦ୍ଦେର୍ଶରେ ମୁଁ ଯେବେ ଗୁଳି କଲି


ଏବେ ବୁଝୁଛି : ସେଠି ଠିଆ ହୋଇଛନ୍ତି ମୋର ଭାଇ

ସେହି କ୍ଷୁଧା ଆମକୁ ଏକାଠି କରେ

କିନ୍ତୁ, ମୁଁ ଚାଲୁଛି ଶତ୍ରୁର ସାଥେ

ମୋ ଭାଇର, ନିଜ ଲୋକଙ୍କର


ଏବେ ମରୁଛି ମୋର ଭାଇ

ମୋହରି ହାତରେ

ସେ ଯଦି ହାରିଯାଏ, ବୁଝୁଛି ଏବେ

ମୋର ବି ସବୁ ଚାଲିଯିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract