STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଜନ୍ମେଜୟ

ଜନ୍ମେଜୟ

1 min
5


ଘାସ କଅଁଳେ କାଳେ ଅକାଳେ

ଅଗଣା ବାରିକଡ଼ ବଣ ପ୍ରାନ୍ତର 

ରାସ୍ତାପାଖ ବିଲ ବାଡି କାନ୍ତାର

ଘାତ ପ୍ରତିଘାତ ସଂଘାତ ସହେ ବିଚରା

ମଥାପାତି ମାନିଯାଏ ଦୁର୍ବଳ ଶରୀରା

ପୁଣି ଗଜୁରେ ଆପେ ଆପେ 

ପୁଣି କଅଁଳେ ଥାପେ ଥାପେ

ମୁଣ୍ଡ ଟେକେ ସହଜେ ସବଳେ

ଛଳେ ବଳେ ବଢେ କୌଶଳେ 


ଘାସ ବଢିଲେ ସବୁଜିମା ଚହଲେ

ଗାଈଗୋରୁ ମାନଙ୍କୁ ଡାକେ ହାତ ହଲେ

ପେଟ ଭର୍ତ୍ତି ଚରିଯାଅ ଖାଇଯାଅ ହାଉଲେ

ଗୁହାଳରେ କରିବ ପାକୁଳି ପରେ ପଲେ

କ୍ଷୀର ଦେବ ସକାଳେ ବିକାଳେ

ଦୁଧ ଦହୀରେ ଘିଅ ଘୋଳରେ ଘର ମହକିବ

ସ୍ୱାସ୍ଥ୍ୟ ବଢିବ ରୋଜଗାର ବଢିବ ମହଲ୍ଲେ


ଘାସ ଜାଣିଥାଏ ଭାରି ସିଆଣା ସିଏ

ପ୍ରତିବଦଳରେ ମିଳିବ ଦଳା ଚକଟା

ତନୁକ୍ଷୟ ଉପୁଡ଼ା ଉପୁଡ଼ି ପରେ

ଖଣ୍ଡିଆ ଖାବରା ଛିଣ୍ଡା ଛିଣ୍ଡି ପରେ

ବିଚରା ଲହୁ ଲୁହାଣ ହୋଇଯାଏ 


ହାରିବାରେ ହିଁ ଜିତିବା ସିଖିଛି

ତ୍ୟାଗରେ ହିଁ ସ୍ଵର୍ଗସୁଖ ଜାଣିଛି

ଯେତେ ବି ଅନାଦର ହତାଦର କର

ଯେତେ ଥର ଉପାଡି ଛିଣ୍ଡି ଦେଇ ପାର

କାଟି ଦେଇ ଲଙ୍ଗଳେଇ ମାରି ଦେଇ ପାର

ପୁଣି ଗଜୁରିବା କଅଁଳିବା ଜାରି କରି ଚାଲିଛି


ଧନ୍ୟ ଧନ୍ୟରେ ଘାସ ତୁହି

କ୍ଷୁଦ୍ର ତନୁରେ ବି ତୁ ମହାନ ଦେହୀ

ପ୍ରାଣୀ ହିତ ପାଇଁ ଉତ୍ସର୍ଗ ଜୀବନ ତିଳ ତିଳ

ନିଃସ୍ଵାର୍ଥ ସେବାରେ ମହାମେରୁ ଅଚଳ ଅଟଳ

ମିଳିଲେ ବି ଅସହ୍ୟ ଅକୁହା ଯନ୍ତ୍ରଣା

ମିଳିଲେ ବି କୁଢକୃଢ କଷଣ ଘୃଣା

ବଦଳି ଯାଇନି ଏ ଯାବତ୍ ଘାସ

ସଭ୍ୟତାର ବିକାଶ ପଥରେ ସଦା ଆସପାଶ


ମରି ବି ଅମର ଅଜେୟ

ହାରି ବି ବାଜିଗର ଜନ୍ମେଜୟ 

ମୌକା ମିଳିଲେ ଋତୁଚକ୍ରରେ କେବେ

ଘାସ ଫୁଲଫୁଟେଇ ନାଚୁଥାଏ ତେବେ

ନଭମୁଁହା ଖିଲି ଖିଲି ହସୁଥାଏ ପର୍ବେ

ନିର୍ମଳ ଶରତ ବି ଅଥୟ ବିସ୍ମୟ ହିରଣ୍ମୟ ।


Rate this content
Log in

Similar oriya poem from Inspirational