Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଜନ୍ମଦିନ

ଜନ୍ମଦିନ

1 min
193



ଜନ୍ମଦିନ ଜନ୍ମ ନକ୍ଷତ୍ର ଆସିଲେ

ପ୍ରଭାତୁ ସ୍ନାନ ସାରିବ ।

ସନ୍ଧ୍ୟା ବନ୍ଦନାଦି ପ୍ରାତଃ କୃତ୍ୟ ସାରି

ସଂକଳ୍ପ କୃତ୍ୟ କରିବ ।


ନିଜ ଜନ୍ମ ଦିନେ ପରମାୟୁ ବୃଦ୍ଧି

ଗଣେଶ ଆଦି ଦେବତା।

ଷଷ୍ଠୀ ଦେବୀ ମାର୍କଣ୍ଡେୟ ସପ୍ତ

ଚିରଞ୍ଜିବୀଙ୍କୁ କରିବ ଚିନ୍ତା ।


କୁମ୍ଭରେ ବରୁଣ ସଂସ୍ଥାପନ କରି

ଗଣଦେବତା ବରୁଣ ।

ନବଗ୍ରହ ଦଶଦିଗପାଳ ଗ୍ରାମ

ଦେବୀଙ୍କର ଆବାହନ।


ମୃତ୍ୟୁଞ୍ଜୟ ବ୍ରହ୍ମା ବିଷ୍ଣୁ ଈଶାନ ଓ

ତିଥି ନକ୍ଷତ୍ର ରାଶିଙ୍କୁ।

ସ୍ବନକ୍ଷତ୍ର ସ୍ୱରାଶି ଆତ୍ମଦେବତା

ଆବର ମୃତ୍ଯୁଦେବଙ୍କୁ।


କୁଳଦେବତା ଧୀଷଣା ବୃଦ୍ଧମାତା

ଗଉରୀ କଟପୂତନା।

କ୍ଷିତାଦି କ୍ଷେତ୍ରପାଳ ଷଷ୍ଠୀ ମାର୍କଣ୍ଡ

ବଳି ବ୍ୟାସ ଅଶ୍ବତ୍ଥାମା।


ହନୁମାନ ବିଭୀଷଣ କୃୃପାଚାର୍ଯ୍ୟ

ପରଶୁରାମ ସଭିଙ୍କୁ ।

ଆବାହନ କରି ପଞ୍ଚ ଉପଚାରେ

ପୂଜନ କର ତାହାଙ୍କୁ ।


ଦୁର୍ବାକ୍ଷତ ପୁଷ୍ପେ ଅର୍ଚ୍ଚନା ସରିଲେ

ସାରି ପୁଣ୍ୟାହବାଚନ।

ଭୁମି ଦୀପ ଫଳ ଦୁର୍ବା ପୁଷ୍ପ

ଗୋରୋଚନା ଆବର ଦର୍ପଣ।


ଦଧି ସିଦ୍ଧ୍ୟାର୍ଥ ଘୃତ ଗନ୍ଧ ବସ୍ତ୍ର

ଅଳଙ୍କାର ସୁୁବର୍ଣ୍ଣ ମନ୍ତ୍ର ।

ମଙ୍ଗଳାରୋପଣ ବିଧି ଆଶୀର୍ବାଦ

ଗ୍ରହଣ ସାରିବ ତତ୍ର ।


ଦେବ ବିସର୍ଜନ ଭୂମିରେ ପ୍ରଣାମ

ବନ୍ଦାପନା କରି ଶେଷ।

କୁମ୍ଭାଭିଷେକ ଅଛିଦ୍ରାବଧାରଣ

ବ୍ରାହ୍ମଣ ଭୋଜନ ଶେଷ।


ବିଷ୍ଣୁଙ୍କ ସ୍ମରଣ ଇଷ୍ଟ ଦେବତାଙ୍କୁ

ନମସ୍କାର ତୁମେ କର।

ଗୁରୁ ଗୁରୁଜନେ ପ୍ରଣାମ କରିବ

ଜନ୍ମଦିନ ଶୁଭଙ୍କର ।



Rate this content
Log in

Similar oriya poem from Inspirational