STORYMIRROR

kahnu charan sahu

Children

4  

kahnu charan sahu

Children

ଜନ୍ମଦିନ

ଜନ୍ମଦିନ

1 min
207


ମାତା ପିତା କୋଳ ପୂର୍ଣ୍ଣ କରିବାକୁ

ଜନମେ ଗୋଲାପ କଳି

ମାତା ଗର୍ଭଗୃହେ କଅଁଳ ଶରୀରେ

କରୁଥାଏ ଖେଳା ଖେଳି ।


ଅସହ୍ୟ ଯନ୍ତ୍ରଣା ସହିଯା'ନ୍ତି ମାତା

କଷ୍ଟ ଯେତେ ଭାବି ସୁଖ

ଯତନ ନିଅନ୍ତି ପୁଷ୍ଟି ଖାଦ୍ୟ ଖାଇ 

ହେଉନ ଥିଲେବି ଭୋକ ।


ଦଶମାସ ରହି ଜରାୟୁରେ କଳି

ପୃଥିବୀ ପୃଷ୍ଠକୁ ଛୁଏଁ

ଆସିବା ଖବରେ ଘର ପରିବେଶେ

ହସ ଖୁସି ଭରିଯାଏ ।


ସମୟ ସ୍ରୋତରେ ଅବସ୍ଥା କ୍ଷେତ୍ରରେ

ହୁଅଇ ପରିବର୍ତ୍ତନ

ଚାଲିବା କହିବା ହସିବା କାନ୍ଦିବା

ବୟସରେ ହୁଏ ଭିନ୍ନ ।


ଫୁଲଟିଏ ଫୁଟି ମହାକାଇ ଦେବ

ଚଉଦିଗ ତାର ବାସ

ସେହି ଆଶା ନେଇ ପାଳନ କରନ୍ତି

ଜନ୍ମଦିନ ଭୁଲି କ୍ଳେଶ ।


କେହି ନିଡାମ୍ବରେ ଖର୍ଚ୍ଚକରି ବସେ

ପୁଅଝିଅ ଜନ୍ମଦିନେ

ଯେପରି ସେମାନେ ଆଶୀର୍ବାଦ ପାଇ

ଅର୍ଜିବେ ଯଶ ଜୀବନେ ।


କେହି କେହି ଯା'ନ୍ତି ଈଶ୍ୱର ନିବାସେ

କେହିଯେ କରଇ ଦାନ

ପ୍ରତି ପରିବେଶେ ପାଳିତ ହୁଅଇ

ଜନ୍ମଦିନ ପର୍ବ ଭିନ୍ନ ।।



Rate this content
Log in

Similar oriya poem from Children