STORYMIRROR

Paramita Mishra

Tragedy

4  

Paramita Mishra

Tragedy

ଜଙ୍ଗଲୀ ଫୁଲ

ଜଙ୍ଗଲୀ ଫୁଲ

1 min
173

ଆଜିବି କାହିଁକି ସନ୍ଧ୍ୟା ହେଲେ ମହୁଲି ମହୁଲି ବାସେ,

ଶୀତୁଆ ସକାଳେ ଝରକା ଖୋଲିଲେ

କାହିଁ ଦୂରୁ ପୁଣି ସେଇ ମଲ୍ଲୀ ଫୁଲ ବାସ ଆସେ।

କେତେ ଯେ ବରଷା, କେତେ ଯେ ବସନ୍ତ

ତା ସାଥେ ଗଲାଣି ବିତି,

ବୟସର ପକ୍ଷୀ ଡେଣା ଝାଡି ତାର କେବେଠୁ ଗଲାଣି ଉଡି ।

କେଜାଣି କାହିଁକି ତଥାପି ଲାଗୁଛି,

ଜଙ୍ଗଲି ଫୁଲ ମୋ ଆଜି ବୋଧେ ମୋ ବାଟକୁ ଥିବ ଜଗି।

କେତେ ବିବଶ ମୁଁ ସଖି ଦେଖନା,

ଓଠର କୋହ, ଆଖିର ଲୁହ

ଏ ମନରେ ତୋ ସ୍ମୃତିଚାରକୁ ବି

ବାହାରକୁ କାଢ଼ିବାକୁ ସାହସ ହୁଏନା।

କିନ୍ତୁ

ସ୍ମୃତିର ସେଇ ସୌଧରେ ବି ଘରଟିଏ ତୋଳିଛି,

ସେ ଘରେ ଅଛି

ଶେଷରେ ବିତାଇ ଥିବା ତୋ ଦେହର ବାସ୍ନା,

ତୋ ଅଧରକୁ ପୁଣି ଥରେ ଛୁଇଁବାକୁ ଚାହୁଁଥିବା ମୋର ତୃଷା,

ତୋ ଗଭାରୁ ଝରି ଯାଇ ଥିବା ମଲ୍ଲୀ ଫୁଲର ଅସ୍ଥି,

ତୋ ପାଇଁ କିଣିଥିବା ସେଇ ନାଲି ଶଙ୍ଖା, ସିନ୍ଦୂରର ସମାଧି।

ଆଜି ବି କେତେ ସତେଜ ସେ ଫୁଲ,

ମତେ ସଫା ଦେଖା ଯାଏ ଲାଜରେ ଲାଲ ପଡିଥିବା ତୋ ଗାଲ।

ଜାଣିଛି, ମୁଁ ତା ଆଖିରୁ ଝରୁଥିବା ଅଶ୍ରୁର କାରଣ

ହତାଶ, କେତେ ନିର୍ଲଜ୍ଜ ମୁଁ

ଆଜି ବି ଝୁରି ହୁଏ, ତତେ ଟିକେ ଦେଖିବାକୁ ମନ।

ମୋ ଜୀବନେ ଆସିବ କି ଆଉ ସେଇ ଫଗୁଣର ଖେଳ,

ଆଶା ଖାଲି

ମୋ ସମାଧିରେ ନିତି ପଡୁଥାଉ

ମୋର ପ୍ରିୟ ଜଙ୍ଗଲୀ ଫୁଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy